ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ନିକଟତର
ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଗୁରୁବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୯୮ହଜାର ୪୩ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୩୬ଲକ୍ଷ ୬୯ହଜାର ୧୦କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୭୭ଲକ୍ଷ ୧୭ଜଣ ୬୫ ସୁସ୍ଥ ହୋଇ ଥିବାବେଳେ ୨କୋଟି ୨୯ଲକ୍ଷ ୭୮ହଜାର ୯୦୨ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୧୬ଲକ୍ଷ ୩୪ହଜାର ୯୩୯ ସଂକ୍ରମିତ ଓ ୫ଲକ୍ଷ ୭୧ହଜାର ୯୪ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୩୧ଲକ୍ଷ ୯୭ହଜାର ୩୧ସଂକ୍ରମିତ ଓ ୩ଲକ୍ଷ ୪୧ହଜାର ୯୭ମୃତ, ଫ୍ରାନ୍ସରେ ୪୮ ଲକ୍ଷ ୪୧ ହଜାର ୩୦୮ ସଂକ୍ରମିତ ଓ ୯୭ ହଜାର ୨୭୩ ମୃତ, ଋଷିଆରେ ୪୬ ଲକ୍ଷ ୬ ହଜାର ୧୬୨ ସଂକ୍ରମିତ ଓ ୧ଲକ୍ଷ ୧ହଜାର ୪୮୦ଜଣ ମୃତ, ୟୁକେରେ ୪୩ ଲକ୍ଷ ୬୭ ହଜାର ୨୯୧ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୯୨୭ ମୃତ, ଇଟାଲିରେ ୩୭ ଲକ୍ଷ ୩୯୩ ସଂକ୍ରମିତ ଓ ୧ଲକ୍ଷ ୧୨ ହଜାର ୩୭୪ମୃତ, ତୁର୍କୀରେ ୩୬ ଲକ୍ଷ ୩୩ ହଜାର ୯୨୨ ସଂକ୍ରମିତ ଓ ୩୨ ହଜାର ୯୪୩ ମୃତ, ସ୍ପେନରେ ୩୩ ଲକ୍ଷ ୨୬ ହଜାର ୭୩୬ ସଂକ୍ରମିତ ଓ ୭୬ ହଜାର ୩୭ ମୃତ, ଜର୍ମାନୀରେ ୨୯ ଲକ୍ଷ ୨୭ ହଜାର ୫୭୨ ସଂକ୍ରମିତ ଓ ୭୮ ହଜାର ୧୭୪ମୃତ, କଲମ୍ବିଆରେ ୨୪ ଲକ୍ଷ ୭୯ ହଜାର ୬୧୭ ସଂକ୍ରମିତ ଓ ୬୪ ହଜାର ୭୬୪ ମୃତ ରହିଛନ୍ତି ।