ନ୍ୟୁଜିଲାଣ୍ଡରେ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍

WELLINGTON, NEW ZEALAND - JUNE 08: Prime Minister Jacinda Ardern speaks to media during a post cabinet press conference at Parliament on June 08, 2020 in Wellington, New Zealand. Prime Minister Jacinda Ardern announced that New Zealand will move to COVID-19 Alert Level 1 at midnight on June 8. Alert Level 1 will see people return to work, school, sports events and domestic travel without restrictions. There will also no longer be any restrictions on numbers at mass gatherings. Controls at the borders will remain in place for all people entering New Zealand, including health screening and testing for all arrivals, and mandatory 14-day managed quarantine or isolation. There are no longer any active cases of COVID-19 in New Zealand. (Photo by Hagen Hopkins/Getty Images)
ନୂଆଦିଲ୍ଲୀ : ବିଶ୍ୱରେ ଏବେ ମହାମାରୀ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ମଧ୍ୟ ସଂକ୍ରମଣ ହୁହୁ ହୋଇ ବଢୁଛି । ଏହାମଧ୍ୟରେ ନ୍ୟୁଜିଲାଣ୍ଡରେ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ରୋକ୍ ଲଗାଇଛନ୍ତି । ଏପ୍ରିଲ ୨୮ ଯାଏଁ ସମସ୍ତ ଯାତ୍ରୀଙ୍କ ପ୍ରବେଶକୁ ସସପେଣ୍ଡ କରାଯାଇଛି । କିଓ୍ୱିର ଏହି ନିଷ୍ପତ୍ତି ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଭାରତରେ ଗତ ୨ ଦିନ ହେଲା ପଜିଟିଭ୍ ମାମଲା ୧ ଲକ୍ଷ ଉପରେ ରହିଛି ।
ସୂଚନା ଯେ, କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱରେ ୩ ନମ୍ବର ସର୍ବାଧିକ ପ୍ରଭାବିତ ଦେଶ । ବିଶ୍ୱର ସବୁଠାରୁ ଅଧିକ କେସ୍ ଭାରତରେ ହିଁ ଆସୁଛି । ସେହିପରି ଆରୋଗ୍ୟ ଦୃଷ୍ଟିରୁ ମଧ୍ୟ ଭାରତ ଆମେରିକା ପଛରେ ଦ୍ୱିତୀୟରେ ରହିଛି । ମୃତ୍ୟୁସଂଖ୍ୟାରେ ଆମେରିକା, ବ୍ରାଜିଲ ଓ ମେକ୍ସିକୋ ପଛରେ ଭାରତ ରହିଛି । ଅନ୍ୟପକ୍ଷରେ ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଜାରି ରହିଛି । ଏପ୍ରିଲ ୭ ତାରିଖ ସୁଦ୍ଧା ୮ କୋଟି ୭୦ ଲକ୍ଷ ଲୋକଙ୍କୁ ଟିକା ଦିଆ ସରିଲାଣି । ଭାକସିନର ଦ୍ୱିତୀୟ ଡୋଜ୍ ଅଭିଯାନ ଫେବ୍ରୁଆରୀ ୧୩ରୁ ଆରମ୍ଭ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଉର୍ଧ୍ୱ ସମସ୍ତଙ୍କୁ ଟିକା ଲଗାଯାଉଛି ।