ଆଜିଠୁ ଆଉ ୩ ସ୍ଥାନରେ ଡ୍ରାଇଭ ଇନ୍ ଟିକାକରଣ

ଭୁବନେଶ୍ୱର : ଭୁବନେଶ୍ୱରର ୩ଟି ସ୍ଥାନରେ ନୂଆ ଡ୍ରାଇଭ ଇନ୍ ଟିକାକରଣ ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ପାଖରୀପୁଟର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୬, ଖଣ୍ଡଗିରି ବାରି ୱାର୍ଡ ନଂ- ୨୩ର କମ୍ୟୁନିଟି ସେଂଟର ଏବଂ ପଟିଆର ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରେ ଡ୍ରାଇଭ୍ ଇନ୍ ମାଧ୍ୟମରେ ଟିକା ଦିଆଯିବ ।
୧୮ରୁ ୪୪ ବର୍ଷ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପ୍ରଥମ ଡୋଜ୍ ଟିକାକରଣ କରାଯିବ । ୧୮ରୁ ୪୪ ବର୍ଷ ବୟସ୍କ ଙ୍କ ପ୍ରଥମ ଡୋଜ୍ ପାଇଁ ସକାଳ ୯ଟାରୁ ଦିନ ୧ଟା ଯାଏଁ ଡ୍ରାଇଭ ଇନ ଟିକାକରଣଚାଲିବ । ସେହିପରି ୪୫ ବର୍ଷରୁ ଅଧିକଙ୍କ ଟୀକାକରଣ ୧ମ ଓ ୨ୟ ଡୋଜ୍ ପାଇଁ ଅପରାହ୍ଣ ୩ଟାରୁ ୬ଟା ଯାଏଁ ଟିକାକରଣ ବ୍ୟବସ୍ଥା ରହିଛି । ୧୦ରୁ ୧୨ ଜୁନ ଯାଏଁ କରିପାରିବେ ସ୍ଲଟ୍ ବୁକ୍ କରିହେବ । ବୁଧବାର ସନ୍ଧ୍ୟା ୭ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି ।