ବିଗୁଡ଼ିଛି ରାଜ୍ୟର ସ୍ଥିତି : ୧୭୪୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୭୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୫ ଓ ସ୍ଥାନୀୟ ଅଞ୍ଚଳରୁ ୭୨୬ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୫୧ହଜାର ୩୦୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୩ଜଣ ଥିବାବେଳେ ବାଲେଶ୍ୱରରୁ ୧୫୮ଜଣ, ବରଗଡ଼ରୁ ୯୭ଜଣ, ଭଦ୍ରକରୁ ୧୧ଜଣ, ବଲାଙ୍ଗୀରରୁ ୯୩ଜଣ, ବୌଦ୍ଧରୁ ୫ଜଣ, କଟକରୁ ୫୮ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୧୪ଜଣ, ଗଞ୍ଜାମରୁ ୯ଜଣ, ଜଗତସିଂହପୁରରୁ ୯ଜଣ, ଯାଜପୁରରୁ ୩୮ଜଣ, ଝାରସୁଗୁଡ଼ାରୁ ୪୩ଜଣ, କଳାହାଣ୍ଡିରୁ ୧୧୪ଜଣ, କନ୍ଧମାଳରୁ ୮ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, କେନ୍ଦୁଝରରୁ ୫୩ଜଣ, ଖୋର୍ଦ୍ଧାରୁ ୨୦୪ଜଣ, କୋରାପୁଟରୁ ୯ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୩୯ଜଣ, ନବରଙ୍ଗପୁରରୁ ୮୦ଜଣ, ନୟାଗଡ଼ରୁ ୭ଜଣ, ନୂଆପଡ଼ାରୁ ୯୬ଜଣ, ପୁରୀରୁ ୫୪ଜଣ, ରାୟଗଡ଼ାରୁ ୩୫ଜଣ, ସମ୍ବଲପୁରରୁ ୧୨୧ଜଣ, ସୋନପୁରରୁ ୧୩ଜଣ, ସୁନ୍ଦରଗଡ଼ରୁ ୨୬୮ଜଣ ଓ ରାଜ୍ୟ ପୁଲ୍ରୁ ୪୬ଜଣ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୫୧,୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୨୫୯ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୪୦,୦୬୨ଜଣ ସୁସ୍ଥ ହୋଇଛନ୍ତି ।