ବିଗୁଡ଼ିଛି ରାଜ୍ୟର ସ୍ଥିତି : ୫୭୩ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଖ୍ୟା ୪ ଶହ ଉପରେ ରହିଛି। ଏହାରି ମଧ୍ୟରେ ସୋମବାର aau ୪୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୩୬ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ହଜାର ୨୬୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୬ ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୮୦ ଜଣ, ନୂଆପଡ଼ାରୁ ୬୦ ଜଣ, ବରଗଡ଼ରୁ ୪୩ ଜଣ, ଝାରସୁଗୁଡ଼ା ୩୯ ଜଣ, ଅନୁଗୁଳ ୩୨ ଜଣ, କଟକ ୨୮ ଜଣ, କଳାହାଣ୍ଡିରୁ ୨୪ ଜଣ, ବଲାଙ୍ଗିର ୨୦ ଜଣ, ରାୟଗଡ଼ା ୧୬ ଜଣ, ମୟୂରଭଞ୍ଜ ୧୩ ଜଣ, ବାଲେଶ୍ୱରରୁ ୧୧ ଜଣ, କେନ୍ଦୁଝର ଓ ଗଞ୍ଜାମରୁ ୮ ଜଣ ଲେଖାଏଁ , ନବରଙ୍ଗପୁର, ଭଦ୍ରକ, ଗଜପତି, କୋରାପୁଟରୁ ୩ ଜଣ ଲେଖାଏଁ, ସୋନପୁର ୨ ଜଣ, ନୟାଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, ଦେବଗଡ଼ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୪୩,୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୩୫୮ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୩୭,୯୩୫ଜଣ ସୁସ୍ଥ ହୋଇଛନ୍ତି ।