ରାଜ୍ୟରେ ଆଉ ୩,୫୫୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶନିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩ହଜାର ୫୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୫୨୬ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୦୨୮ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୯୭ହଜାର ୦୬୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୩୩ ଜଣ ଥିବାବେଳେ ବାଲେଶ୍ୱରରୁ ୨୭୧ଜଣ, ବରଗଡ଼ରୁ ୩୧ଜଣ, ଭଦ୍ରକରୁ ୧୫୮, ବଲାଙ୍ଗୀରରୁ ୩୧ଜଣ, ବୌଦ୍ଧରୁ ୩୩ଜଣ, କଟକରୁ ୫୦୧ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୫୬ଜଣ, ଗଜପତିରୁ ୨୪ଜଣ, ଗଞ୍ଜାମରୁ ୨୨ଜଣ, ଜଗତସିଂହପୁରରୁ ୧୪୫ଜଣ, ଯାଜପୁରରୁ ୨୫୬ଜଣ, ଝାରସୁଗୁଡ଼ାରୁ ୧୧ଜଣ, କଳାହାଣ୍ଡିରୁ ୨୧ଜଣ, କନ୍ଧମାଳରୁ ୩୮ଜଣ, କେନ୍ଦ୍ରାପଡ଼ାରୁ ୧୧୯ଜଣ, କେନ୍ଦୁଝରରୁ ୬୫ଜଣ, ଖୋର୍ଦ୍ଧାରୁ ୬୫୧ଜଣ, କୋରାପୁଟରୁ ୬୯ଜଣ, ମାଲକାନାଗିରିରୁ ୬୧ଜଣ, ମୟୁରଭଞ୍ଜରୁ ୧୯୬ଜଣ, ନବରଙ୍ଗପୁରରୁ ୨୨ଜଣ, ନୟାଗଡ଼ରୁ ୧୦୦ଜଣ, ନୂଆପଡ଼ାରୁ ୨୦ଜଣ, ପୁରୀରୁ ୨୩୩ଜଣ, ରାୟଗଡ଼ାରୁ ୬୧ଜଣ, ସମ୍ବଲପୁରରୁ ୧୮ଜଣ, ସୋନପୁରରୁ ୨୯ଜଣ, ସୁନ୍ଦରଗଡ଼ରୁ ୭୧ଜଣ ଏବଂ ରାଜ୍ୟ ପୁଲ୍ରୁ ୧୦୦ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୯୭,୦୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୬୦,୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ୩୩ହଜାର ୦୧୯ଜଣ ସକ୍ରିୟ ମାମଲା ରହିଛି ।