ରାଜ୍ୟରେ ଆଉ ୩,୪୦୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ମଙ୍ଗଳାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୯୪୨ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୪୬୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୯ହଜାର ୫୨୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୮୩ ଜଣ ଥିବାବେଳେ ବାଲେଶ୍ୱରରୁ ୨୯୬ଜଣ, ବରଗଡ଼ରୁ ୬୬ଜଣ, ଭଦ୍ରକରୁ ୧୭୯ଜଣ, ବଲାଙ୍ଗୀରରୁ ୧୮ଜଣ, ବୌଦ୍ଧରୁ ୫୯ଜଣ, କଟକରୁ ୨୩୦ଜଣ, ଦେଓଗଡ଼ରୁ ୨୩ଜଣ, ଢେଙ୍କାନାଳରୁ ୫୪ଜଣ, ଗଜପତିରୁ ୫୮ଜଣ, ଗଞ୍ଜାମରୁ ୩୬ଜଣ, ଜଗତସିଂହପୁରରୁ ୧୨୯ଜଣ, ଯାଜପୁରରୁ ୩୯୧ଜଣ, ଝାରସୁଗୁଡ଼ାରୁ ୯ଜଣ, କଳାହାଣ୍ଡିରୁ ୫୪ଜଣ, କନ୍ଧମାଳରୁ ୫୫ଜଣ, କେନ୍ଦ୍ରାପଡ଼ାରୁ ୭୩ଜଣ, କେନ୍ଦୁଝରରୁ ୮୯ଜଣ, ଖୋର୍ଦ୍ଧାରୁ ୫୦୦ଜଣ, କୋରାପୁଟରୁ ୬୩ଜଣ, ମାଲକାନଗିରିରୁ ୭୨ଜଣ, ମୟୁରଭଞ୍ଜରୁ ୧୮୭ଜଣ, ନବରଙ୍ଗପୁରରୁ ୮୩ଜଣ, ନୟାଗଡ଼ରୁ ୯୭ଜଣ, ନୂଆପଡ଼ାରୁ ୨୮ଜଣ, ପୁରୀରୁ ୧୪୧ଜଣ, ରାୟଗଡ଼ାରୁ ୪୫ଜଣ, ସମ୍ବଲପୁରରୁ ୩୮ଜଣ, ସୋନପୁରରୁ ୨୫ଜଣ, ସୁନ୍ଦରଗଡ଼ରୁ ୪୮ଜଣ ଏବଂ ରାଜ୍ୟ ପୁଲ୍ରୁ ୭୬ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୫୯,୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୦୪,୯୮୧ ଜଣ ସୁସ୍ଥ ହୋଇଥିବା ବେଳେ ୫୧ହଜାର ୧୦୪ଜଣ ସକ୍ରିୟ ମାମଲା ରହିଛି ।