ରାଜ୍ୟରେ କରୋନା ସଂକ୍ରମିତ ଆଉ ୪୨ ମୃତ
![](https://thetruths.in/wp-content/uploads/2021/06/Odisha-Corona-Death-10.jpeg)
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ କଟକ, ଝାରସୁଗୁଡା, ଖୋର୍ଦ୍ଧା ଓ ପୁରୀ ୪ ଜଣ ଲେଖାଏଁ ରହିଥିବା ବେଳେ ବରଗଡ଼, ଜଗତସିଂହପୁର, କଳାହାଣ୍ଡି, ଓ ରାୟଗଡାରୁ ୩ ଜଣ ଲେଖାଏଁ ରହିଛନ୍ତି । ସେହିପରି ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ଵର, ବଲାଙ୍ଗିର, ଦେବଗଡ, କେନ୍ଦ୍ରାପଡା, ନୂଆପଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୩୮୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୮,୫୯,୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୦୪,୯୮୧ ଜଣ ସୁସ୍ଥ ହୋଇଥିବା ବେଳେ ୫୧,୧୦୪ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୩,୩୮୮ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।