ଆଜିର ଭାଗ୍ୟଫଳ (ଶୁକ୍ରବାର, ୯/୪/୨୦୨୧)

ମେଷ: ଆୟର ମାର୍ଗ ସବୁଆଡ଼ୁ ଖୋଲିଯିବ । ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ବ୍ୟବସାୟରେ ଅଧିକ ମୂଳଧନ କିମ୍ବା ନୂତନ ବ୍ୟବସାୟ ପାଇଁ ଚିନ୍ତା କରିବେ । କର୍ମରେ ସଫଳତା ଓ କର୍ମସ୍ଥାନରେ ସମସ୍ତ ସୁବିଧା ହାସଲ କରିବେ । ନୂତନ ଗୃହ ନିର୍ମାଣ କିମ୍ବା ଭୂମି କ୍ରୟ କରିବାର ଉଦ୍ୟମ କରିବେ ଓ ଧନର ସଦ୍ ବିନିଯୋଗ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ସ୍କନ୍ଦ ।
ବୃଷ: କର୍ମରେ ଆତ୍ମସନ୍ତୋଷ ଲାଭ କରିବେ ଓ ଆଜି ଯେ କୌଣସି କର୍ମ ହାତକୁ ନେଲେ ସେଥିରେ ସଫଳତା ମିଳିବ । କର୍ମରେ ଉନ୍ନତି କରିବା ପାଇଁ ନୂତନ କଳା କୌଶଳ ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ମନରେ ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ ଏବଂ କର୍ମଚଞ୍ଚଳ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅଧ୍ୟବସାୟ ଜାରି ରଖିବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୪, ଆରାଧନା-ମା’ କମଳା ।
ମିଥୁନ: ଘାତଚନ୍ଦ୍ରର ଆଜି ଶେଷଦିନ ହେତୁ ବିଶେଷ ସତର୍କତା ଅବଲମ୍ବନ କରିବେ । ଆର୍ଥିକ କାରବାର, ସ୍ୱାସ୍ଥ୍ୟ, ବାଦବିବାଦ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କାଳରେ ସଜାଗ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ମାନସମ୍ମାନ ହାନି ଓ ପଦସ୍ଥ କର୍ମଚାରୀଙ୍କ ସହ ମତଭେଦ ଘଟିପାରେ । ଯେଉଁମାନଙ୍କର ପୁନର୍ବସୁ ମିଥୁନ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଆକାଶିଆ, ଶୁଭସଂଖ୍ୟା-୪, ଆରାଧନା-ମା’ ଭୈରବୀ ।
କର୍କଟ: ଅଷ୍ଟମ ଚନ୍ଦ୍ର, ଅଷ୍ଟମ ବୃହସ୍ପତି ଓ ସପ୍ତମ ଶନି ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା, କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ଭଲକଥା କହିଲେ ମନ୍ଦ ହେବେ ଓ ବିନା କାରଣରେ ବିବାଦ ସୃଷ୍ଟି ହେବ । ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧, ଆରାଧନା-ମା’ ଭୁବନେଶ୍ୱରୀ ।
ସିଂହ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । କର୍ମରେ ସଫଳତା, ପ୍ରଶଂସା ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରିବାରରେ ହସଖୁସିର ପରିବେଶ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ ଅସ୍ଥିରମନା ହେବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୩, ଆରାଧନା-ମା’ ମାତଙ୍ଗୀ ।
କନ୍ୟା: ରୋଗ, ଋଣ ଓ ଶତ୍ରୁ – ଏ ତିନୋଟିରୁ କିଛି ମାତ୍ରାରେ ମୁକ୍ତି ପାଇବେ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଲୋକ ସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତଙ୍କର ସହଯୋଗ ଲାଭ କରିବେ । ଧନ ସମ୍ପତ୍ତି ବୃଦ୍ଧି ଓ ଧାର୍ମିକ କାର୍ଯ୍ୟରେ ଦୁର୍ବଳତା ପ୍ରକାଶ ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ମେରୁନ୍, ଶୁଭସଂଖ୍ୟା-୪, ଆରାଧନା-ମା’ ଛିନ୍ନମସ୍ତା ।
ତୁଳା : ମାନସମ୍ମାନ ହାନି, ମାନସିକ ଅସ୍ଥିରତା ଓ ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ବିଫଳତା ଓ ମାନ ସମ୍ମାନ ହାନି ଘଟିବ । ସତ୍ ଭାବନା, ସତ୍ ଚିନ୍ତା ମନରେ ଲୋପ ପାଇବ ଏବଂ ବିନା କାରଣରେ ଚାପଗ୍ରସ୍ତ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଅହଂକାରୀ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା-ମା’ ଭୈରବୀ ।
ବିଛା : ଘାତବାର, କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମାନସିକ ଅସ୍ଥିରତା ଓ ଯାନବାହନରେ କ୍ଷତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ । ପଡ଼ୋଶୀଙ୍କ ସହ ମତାନ୍ତର ଓ ପ୍ରିୟଜନଙ୍କ ବିରୋଧର ଶିକାର ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ବିବାଦରେ ପଡ଼ିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ମା’ ବଗଳାମୁଖୀ ।
ଧନୁ: ଘାତବାର ଓ ତୃତୀୟ ଚନ୍ଦ୍ର ହେତୁ ଘାତବାରର ପ୍ରଭାବ କମ୍ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟରେ ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ । କର୍ମରେ ସଫଳତା ଓ ନୂତନ କର୍ମନିଯୁକ୍ତି ମିଳିପାରେ । ପରିବାର ସଦସ୍ୟଙ୍କ ପ୍ରତି ସ୍ନେହଭାବ ଓ ଭାଇଭଉଣୀଙ୍କ ପ୍ରତି ଶ୍ରଦ୍ଧାଭାବ ଜାତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅଧିକ ପରିଶ୍ରମ କରିବେ । ମହିଳାମାନେ ସୁଖ ସୌଭାଗ୍ୟର ଅଧିକାରିଣୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା- ମା’ ଧୂମାବତୀ ।
ମକର: ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିଯାଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଓ ବ୍ୟୟ ଅଧିକ ହେବ । କୁସଙ୍ଗରେ ପଡ଼ି ବଦ୍ଖର୍ଚ୍ଚ କରିବେ । କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ଆଳସ୍ୟତା ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।
କୁମ୍ଭ: ଧନ, ମାନ, ସମ୍ମାନ ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ଫଳପ୍ରାପ୍ତି ହେବ । ମଉଜ, ମଜଲିସ ଓ ଆମୋଦପ୍ରମୋଦରେ ଆଜି ଦିନଟି ପରିବାର ସହିତ ଆନନ୍ଦରେ କଟିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅୟସରେ ମନଦେବେ । ମହିଳାମାନେ ସ୍ୱାଭିମାନୀ ହେବେ । ଶୁଭରଙ୍ଗ- କଳା, ଶୁଭସଂଖ୍ୟା-୩, ଆରାଧନା-ମା’ କାଳୀ ।
ମୀନ: ଘାତବାର ଓ ଘାତଚନ୍ଦ୍ର ହେତୁ ଅପବ୍ୟୟ, ଅପବାଦ, ଅପଯଶ, ସ୍ୱାସ୍ଥ୍ୟ, ଦୂରଯାତ୍ରା, ଆର୍ଥିକ କାରବାର ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ କମ୍, ବ୍ୟୟ ଅଧିକ ରହିବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ । ଭୁଲ ଠିକ୍ ବିଚାର କରିବାରେ ଅସମର୍ଥ ହେବେ । କର୍ମରେ ଆଳସ୍ୟତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ପୂର୍ବଭାଦ୍ର ମୀନ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମଠାରୁ ଦୂରେଇଯିବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ପ୍ରଭୁ ଗଜାନନ ।