ଆଜିର ଭାଗ୍ୟଫଳ (ଶନିବାର, ୧୦/୪/୨୦୨୧)
ମେଷ: ଅପବ୍ୟୟ, ଅପବାଦ ଓ ଅପଯଶମୁକ୍ତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ଅଟକିଥିବା କାମ ସମ୍ପୂର୍ଣ୍ଣ କରିବେ । ଅସତ୍ପଥ ପରିତ୍ୟାଗ କରି ସତ୍ପଥର ଯାତ୍ରୀ ହେବେ । କୁସଙ୍ଗ ପରିତ୍ୟାଗ କରି ସତ୍ସଙ୍ଗ କରିବେ ଓ ମନରେ ଧାର୍ମିକ ଭାବନା ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅଧ୍ୟବସାୟ ଜାରି ରଖିବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା-ପ୍ରଭୁ ହନୁମାନ ।
ବୃଷ: ଘାତବାର ଓ ଏକାଦଶ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ଶାରୀରିକ ପୀଡ଼ା ଓ ଦୁଶ୍ଚିନ୍ତା ଦେଖାଦେଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କୌଣସି ଅର୍ଥ ଲଗାଣକାରୀ ସଂସ୍ଥାରେ ଧନ ଜମା ରଖିବେ । କର୍ମରେ ସଫଳତା ଓ ଆତ୍ମସନ୍ତୋଷ ଲାଭ କରିବେ । ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଧ୍ୟାନ ଅଧିକ ଦେବେ । ମହିଳାମାନେ ସଞ୍ଚୟରେ ଆଗ୍ରହ ରଖିବେ । ଶୁଭରଙ୍ଗ-ସିଲ୍ଭର, ଶୁଭସଂଖ୍ୟା-୨, ଆରାଧନା-ପ୍ରଭୁ ନାରାୟଣ ।
ମିଥୁନ: କର୍ମରେ ଉନ୍ନତି ଓ କର୍ମ ପ୍ରତି ଏକାଗ୍ରତା ଏବଂ ଆନ୍ତରିକତା ଭାବ ଅଧିକ ରହିବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ଯେକୌଣସି କାମ ଆଜି ହାତକୁ ନେଲେ ସେଥିରେ ସଫଳତା ଶତ ପ୍ରତିଶତ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ଚଳଚଞ୍ଚଳ ରହିବେ । ଶୁଭରଙ୍ଗ-ମେରୁନ୍, ଶୁଭସଂଖ୍ୟା-୮, ଆରାଧନା-ମା’ ତ୍ରିପୁର ସୁନ୍ଦରୀ ।
କର୍କଟ: •ପଗ୍ରସ୍ତ ରହିବେ ଓ କୃତକର୍ମର ପଶ୍ଚାତାପ କରିବେ । ମାନ, ସମ୍ମାନ ହାନି ଓ ନିଜର ପ୍ରିୟଜନଙ୍କ ସହ ମତାନ୍ତର ଘଟିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ଆୟର ସିଂହ ଭାଗ ଅଯଥା ଖର୍ଚ୍ଚରେ ଯିବ । କର୍ମରେ ମାନ, ସମ୍ମାନ ହାନି ଓ ପଦସ୍ଥ କର୍ମ•ରୀଙ୍କ ରୋଷର ଶିକାର ହେବେ । କ୍ଷମତାଶାଳୀ ବ୍ୟକ୍ତି ଆକ୍ରୋଶ ରଖିବେ ଓ ଗୁରୁଜନଙ୍କ ସହ ବିବାଦ ହେବ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ଥଣ୍ଡା ରୋଗରେ ପଡ଼ିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ମା’ ସମଲେଶ୍ୱରୀ ।
ସିଂହ : ଘାତବାର ଓ ଅଷ୍ଟମ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ଓ ବଦ୍ଖର୍ଚ୍ଚ ଅଧିକ ହେବ । ଧନ କ୍ଷତି, ମାନସିକ ଅସ୍ଥିରତା ଓ ଶାରୀରିକ ପୀଡ଼ା ଭୋଗିବେ । କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ଆଳସ୍ୟତା ଭାବ ଜାଗ୍ରତ ହେବ । ଯେଉଁମାନଙ୍କର ପର୍ବାଫାଲ୍ଗୁନି ସିଂହ, ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା-ମା’ ମାତଙ୍ଗୀ ।
କନ୍ୟା: ଘାତବାର ଓ ସପ୍ତମ ଚନ୍ଦ୍ର ହେତୁ ଘାତବାରର ପ୍ରଭାବ କମ୍ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ଲାଭ କରିବେ । ପରିବାରରେ ହସଖୁସିର ପରିବେଶ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ତ୍ରୀହେତୁକ ଧନପ୍ରାପ୍ତି ଓ ବସନଭୂଷଣ କ୍ରୟ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା-ମା’ ଷୋଡ଼ଶୀ ।
ତୁଳା : ମାନ, ସମ୍ମାନ, ସୁଖ୍ୟାତି ବଢ଼ିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ଶତ୍ରୁମାନେ ବଶୀଭୂତ ହେବେ । ସ୍ୱଜନ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ମଧୁର ହେବ ତଥା ମନ ପ୍ରଫୁଲ୍ଲ, ଶରୀର ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ । ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-ସିଲ୍ଭର, ଶୁଭସଂଖ୍ୟା-୧୨, ଆରାଧନା-ମା’କମଳା ।
ବିଛା : ମାନ, ସମ୍ମାନ ହାନି ଓ ସନ୍ତାନମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ମନ ଅସ୍ଥିର ରହିବ ଓ ସମସ୍ତ ଅନୁଚିତ୍ କର୍ମକୁ ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ବିଶେଷ ସଫଳତା ମିଳିବ ନାହିଁ । ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ଓ ପଡ଼ୋଶୀଙ୍କ ସହ ତିକ୍ତତା ବୃଦ୍ଧି ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା-ମା’ ଚଣ୍ଡୀ ।
ଧନୁ: ଘାତ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । ଧନକ୍ଷତି ଓ ଆର୍ଥିକ ଅବସ୍ଥା ବିଗିଡ଼ିଯିବ । କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁଙ୍କ ସହ ମତାନ୍ତର ଓ ପରିବାରରେ ବିବାଦ ଦେଖାଦେବ । ଯେଉଁମାନଙ୍କର ପୂର୍ବଷାଢ଼ା ଧନୁ, ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ପରିବାରରେ ଅଶାନ୍ତି ସୃଷ୍ଟି କରିବେ । ଶୁଭରଙ୍ଗ-ଗୋଲାପି, ଶୁଭସଂଖ୍ୟା-୫, ଆରାଧନା- ପ୍ରଭୁ ଗଜାନନ ।
ମକର: ମାନସିକ, ପାରିବାରିକ ଶାନ୍ତି ଓ ମନରେ ଉତ୍ସାହ, ଉଦ୍ଦୀପନା ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ଉନ୍ନତି, ସଫଳତା ଓ ନୂତନ କର୍ମାରମ୍ଭର ଯୋଜନା କରିବେ । ପରିବାର ସଦସ୍ୟଙ୍କ ପ୍ରତି ଶ୍ରଦ୍ଧା ଓ ଭାଇ, ଭଉଣୀଙ୍କ ପ୍ରତି ସ୍ନେହ ଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅଧିକ ସମୟ ଦେବେ । ମହିଳାମାନେ ଆତ୍ମ ସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ଚଣ୍ଡୀ ।
କୁମ୍ଭ: ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ ଆୟର ଅଧା ଭାଗ ଅଯଥା ଖର୍ଚ୍ଚରେ ଯିବ । ଖର୍ଚ୍ଚକୁ ଲଗାମ ଦେବାରେ ଅସମର୍ଥ ହେବେ । କର୍ମରେ ବିଫଳତା ଓ କର୍ମ କରିବାରେ ଆଗ୍ରହ କମ୍ ରହିବ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଧନ କ୍ଷତି କରିବେ । ଶୁଭରଙ୍ଗ- ଧୂସର, ଶୁଭସଂଖ୍ୟା-୧୧, ଆରାଧନା-ମା’ ବିମଳା ।
ମୀନ: ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଆଖିଦୃଶିଆ ସଫଳତା ଓ ସମସ୍ତଙ୍କର ଆସ୍ଥାଭାଜନ ହେବେ । ଆମୋଦ, ପ୍ରମୋଦ ଓ ମଉଜ, ମଜଲିସ ପ୍ରତି ବେଶି ଆଗ୍ରହୀ ହେବେ ଏବଂ ଦେହ, ମନ ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଯଶସ୍ୱୀ ହେବେ । ମହିଳାମାନେ ସୌଭାଗ୍ୟବତୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ମା’ ଧୂମାବତୀ।