ବିଶ୍ୱରେ କାୟା ମେଲାଉଛି ମହାମାରୀ କରୋନା
- ସଂକ୍ରମିତଙ୍କ ସଂଖ୍ୟା ୧୪କୋଟି ୧୨ଲକ୍ଷ ୯୨ହଜାର ୬୭୨ ଓ ମୃତ୍ୟୁ ସଂଖ୍ୟା ୩୦ଲକ୍ଷ ୨୩ହଜାର ୩୭୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ରବିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦ଲକ୍ଷ ୨୩ହଜାର ୩୭୪ଜଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪କୋଟି ୧୨ଲକ୍ଷ ୯୨ହଜାର ୬୭୨କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୨କୋଟି ୧୫ହଜାର ୫୯୩ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୨ଲକ୍ଷ ୫୩ହଜାର ୯୪୧ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୨୩ଲକ୍ଷ ୭୧ହଜାର ୪୨୩ ସଂକ୍ରମିତ ଓ ୫ଲକ୍ଷ ୮୦ହଜାର ୬୩୧ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୩୯ଲକ୍ଷ ୧୩୪ସଂକ୍ରମିତ ଓ ୩ଲକ୍ଷ ୭୧ହଜାର ୮୮୯ମୃତ, ଫ୍ରାନ୍ସରେ ୫୨ ଲକ୍ଷ ୬୦ ହଜାର ୧୮୨ ସଂକ୍ରମିତ ଓ ୧ ଲକ୍ଷ ୫୯୩ ମୃତ, ଋଷିଆରେ ୪୬ ଲକ୍ଷ ୯୩ ହଜାର ୪୬୯ ସଂକ୍ରମିତ ଓ ୧ଲକ୍ଷ ୫ ହଜାର ୧୯୩ଜଣ ମୃତ, ୟୁକେରେ ୪୩ ଲକ୍ଷ ୮୫ ହଜାର ୯୩୮ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୨୬୦ ମୃତ, ତୁର୍କୀରେ ୪୨ ଲକ୍ଷ ୧୨ ହଜାର ୬୪୫ ସଂକ୍ରମିତ ଓ ୩୫ ହଜାର ୬୦୮ ମୃତ, ଇଟାଲିରେ ୩୮ ଲକ୍ଷ ୫୭ ହଜାର ୪୪୩ ସଂକ୍ରମିତ ଓ ୧ଲକ୍ଷ ୧୬ ହଜାର ୬୭୬ମୃତ, ସ୍ପେନରେ ୩୪ ଲକ୍ଷ ୭ ହଜାର ୨୮୩ ସଂକ୍ରମିତ ଓ ୭୬ ହଜାର ୯୮୧ ମୃତ, ଜର୍ମାନୀରେ ୩୧ ଲକ୍ଷ ୩୭ ହଜାର ୯୦୭ ସଂକ୍ରମିତ ଓ ୮୦ ହଜାର ୫୨୬ମୃତ, ଆର୍ଜେଣ୍ଟିନାରେ ୨୬ ଲକ୍ଷ ୭୭ ହଜାର ୭୪୭ ସଂକ୍ରମିତ ଓ ୫୯ ହଜାର ୧୬୪ ମୃତ ରହିଛନ୍ତି ।