ଆଜି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ
![](https://thetruths.in/wp-content/uploads/2021/04/Puri-Temple-Sanitize-1.jpg)
- ସାନିଟାଇଜ୍ ହେଉଛି ଶ୍ରୀମନ୍ଦିର ପରିସର
ପୁରୀ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତି ଅନୁଯାଇ ଗତ ସପ୍ତାହ ଠାରୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ରବିବାର ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଉଛି । ଏହି ସମୟରେ ପୁରୀ ଦମକଳ ଓ ପୌରସଂସ୍ଥାର କର୍ମଚାରୀ ମାନେ ଶ୍ରୀମନ୍ଦିର ସାନିଟାଇଜ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରତି ରବିବାର ଶ୍ରୀମନ୍ଦିର ଭିତର ଓ ବାହାରକୁ ସାନିଟାଇଜ୍ କରାଯାଉଛି । ଏବେ ବିନା ବାଧାରେ ଭକ୍ତ ମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିପାରୁଥିବାରୁ ସଂକ୍ରମଣର ଭୟ ଅଧିକ ବଢିଛି । ଆଜି ବଡ଼ ଦେଉଳରେ କେବଳ ନିତୀକାନ୍ତ ସମ୍ପନ୍ନ ହେଉଛି । ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ରୂବେ ବାରଣ କରାଯାଇଛି ।
ଅପରପକ୍ଷରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରିବବାର ଦୁଇ ଦିନ ଧରି ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯିବା ପାଇଁ ନିଷ୍ପତି ହୋଇଛି । ଏଥିପାଇଁ ଉଭୟ ଶନିବାର ଓ ରବିବାର ଦୁଇ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ ସାଧାରଣ ଲୋକଙ୍କ ପାଇଁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ୟ।।ସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ମଧ୍ୟ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ଗତ ବର୍ଷ କରୋନାର ପିକ୍ ସମୟରେ ଶ୍ରୀମନ୍ଦିର ମନ୍ଦ ରହିଥିଲା ଓ ମନ୍ଦିର ଖୋଲିବା ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ରବିବାର ମନ୍ଦିର ପରିସରକୁ ଠିକ୍ ଆଜି ଭଳି ସାନିଟାଇଜ୍ କରାଯାଉଥିଲା ମାତ୍ର କରୋନା ସଂକ୍ରମଣ ଧିରେ ଧିରେ କମିବାରୁ ଶ୍ରୀମନ୍ଦିରରେ ବି ସାନିଟାଇଜ୍ କୋହଳ କରିଦିଆଯାଇଥିଲା ।ରାଜ୍ୟରେ ଏବେ ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ସର୍ବାଧିକ ଭୟ ରାଜ୍ୟ ବାହାରୁ ରହିଛି ଓ ଶ୍ରୀମନ୍ଦିରକୁ ପ୍ରତିଦିନ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସୁଥିବାରୁ ରାଜ୍ୟ ବାହାର ଭକ୍ତଙ୍କ ପାଇଁ କଟକଣା ଲଗାଯାଇଛି ଏବଂ କୋଭିଡ୍ ରିପୋର୍ଟ ମାଧ୍ୟତାମୂଳକ କରାଯାଇଛି ।