ରାଜ୍ୟରେ ଆଉ ୪,୮୫୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶନିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୪ହଜାର ୮୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ହଜାର ୭୬୫ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୦୮୭ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୭୫ ଜଣ ଥିବାବେଳେ ବାଲେଶ୍ୱରରୁ ୩୬୪ଜଣ, ବରଗଡ଼ରୁ ୬୧ଜଣ, ଭଦ୍ରକରୁ ୨୨୨ଜଣ, ବଲାଙ୍ଗୀରରୁ ୩୧ଜଣ, ବୌଦ୍ଧରୁ ୫୭ଜଣ, କଟକରୁ ୫୦୫ଜଣ, ଦେଓଗଡ଼ରୁ ୨୦ଜଣ, ଢେଙ୍କାନାଳରୁ ୧୫୦ଜଣ, ଗଜପତିରୁ ୪୮ଜଣ, ଗଞ୍ଜାମରୁ ୪୦ଜଣ, ଜଗତସିଂହପୁରରୁ ୧୮୦ଜଣ, ଯାଜପୁରରୁ ୩୮୨ଜଣ, ଝାରସୁଗୁଡ଼ାରୁ ୧୬ଜଣ, କଳାହାଣ୍ଡିରୁ ୬୦ଜଣ, କନ୍ଧମାଳରୁ ୮୩ଜଣ, କେନ୍ଦ୍ରାପଡ଼ାରୁ ୨୮୭ଜଣ, କେନ୍ଦୁଝରରୁ ୯୬ଜଣ, ଖୋର୍ଦ୍ଧାରୁ ୬୪୯ଜଣ, କୋରାପୁଟରୁ ୮୮ଜଣ, ମାଲକାନାଗିରିରୁ ୮୯ଜଣ, ମୟୁରଭଞ୍ଜରୁ ୨୧୦ଜଣ, ନବରଙ୍ଗପୁରରୁ ୧୦୮ଜଣ, ନୟାଗଡ଼ରୁ ୧୩୬ଜଣ, ନୂଆପଡ଼ାରୁ ୨୨ଜଣ, ପୁରୀରୁ ୨୩୭ଜଣ, ରାୟଗଡ଼ାରୁ ୧୦୫ଜଣ, ସମ୍ବଲପୁରରୁ ୪୧ଜଣ, ସୋନପୁରରୁ ୩୫ଜଣ, ସୁନ୍ଦରଗଡ଼ରୁ ୧୫୭ଜଣ ଏବଂ ରାଜ୍ୟ ପୁଲ୍ରୁ ୯୮ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୪୭,୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭,୮୧,୪୮୮ ଜଣ ସୁସ୍ଥ ହୋଇଥିବା ବେଳେ ୬୨ହଜାର ୫୧୫ଜଣ ସକ୍ରିୟ ମାମଲା ରହିଛି ।