ଭୁବନେଶ୍ୱର : ୫୬୮ ପଜିଟିଭ୍, ୧୧୩୫ ସୁସ୍ଥ
![](https://thetruths.in/wp-content/uploads/2021/06/Bhubaneswar-Corona-4.jpg)
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗୁରୁବାର ଆଉ ୫୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୦୯ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୪୫୯ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୧୩୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପଟିଆରୁ ୩୧ ଜଣ ,ଚନ୍ଦ୍ରଶେଖରପୁରରୁ ୨୫ ଜଣ ,ପାତ୍ରପଡାରୁ ୨୩ ଜଣ, ଓଲ୍ଡ ଟାଉନ୍ ରୁ ୧୯ ଜଣ , ଖଣ୍ଡଗିରିରୁ ୧୮ ଜଣ, ରସୁଲଗଡରୁ ୧୭ ଜଣ, ଲକ୍ଷ୍ମୀସାଗରରୁ ୧୬ ଜଣ,ଡୁମଡୁମାରୁ ୧୪ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଚନ୍ଦ୍ରଶେଖରପୁରରୁ ୧୦ ଜଣ , ଓଲ୍ଡ ଟାଉନ୍ , ପଟିଆ ଓ ଶୈଳଶ୍ରୀବିହାରରୁ ୬ ଜଣ ଲେଖାଏଁ , ଖଣ୍ଡଗିରି ଓଜୟଦେବବିହାରରୁ ୫ ଜଣ ଲେଖାଏଁ କ୍ୱାରେଂଟାଇନ୍ ମାମଲା ରହିଛି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୬୮୫ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୭୬୨୩୮ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୬୦୫୭ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୬୯ ରହିଛି ।