ଭୁବନେଶ୍ୱର ଏମସ୍କୁ ଆସିବ ୨ଟି ଇକମୋ
![](https://thetruths.in/wp-content/uploads/2021/06/AIIMS-1024x496.jpg)
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଏମ୍ସକୁ ୨ଟି ଇକ୍ମୋ ମେସିନ ଆସିବ । ପ୍ରଥମ ଇକ୍ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ । ପରବର୍ତୀ ସମୟରେ ଅନ୍ୟ ଇକ୍ମୋ ମେସିନଟି କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି । ସେ କହିଛନ୍ତି ଯେ ଇକ୍ମୋ ପରିଚାଳନା ପାଇଁ ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତ କରୁଛି । ଏବେ କେତେକ ଅଧ୍ୟାପକଙ୍କୁ ମେସିନ ପରିଚାଳନା ତାଲିମ ଦିଆଯାଇଛି ।
ଉଲ୍ଲେଖ୍ୟଯୋଗ୍ୟ ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଇକ୍ମୋ କାର୍ଯ୍ୟକାରୀ ସାବ୍ୟସ୍ତ ହୋଇଛି । ତେବେ ଓଡ଼ିଶାରେ ଇକ୍ମୋ ମେସିନ୍ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି ।