ରାଜ୍ୟରେ ଆଉ ୬,୦୯୭ କରୋନା ସଂକ୍ରମିତ ଚିହ୍ନଟ
![](https://thetruths.in/wp-content/uploads/2021/06/Odisha-Corona-6-1024x562.jpeg)
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଗୁରୁବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୬ହଜାର ୦୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ହଜାର ୪୪୬ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୬୫୧ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୩୭ହଜାର ୨୨୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୯୫ ଜଣ ଥିବାବେଳେ ବାଲେଶ୍ୱରରୁ ୩୯୨ଜଣ, ବରଗଡ଼ରୁ ୧୦୭ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରରୁ ୭୭ଜଣ, ବୌଦ୍ଧରୁ ୧୩୦ଜଣ, କଟକରୁ ୬୪୭ଜଣ, ଦେଓଗଡ଼ରୁ ୨୮ଜଣ, ଢେଙ୍କାନାଳରୁ ୭୩ଜଣ, ଗଜପତିରୁ ୪୮ଜଣ, ଗଞ୍ଜାମରୁ ୪୫ଜଣ, ଜଗତସିଂହପୁରରୁ ୨୨୬ଜଣ, ଯାଜପୁରରୁ ୪୩୪ଜଣ, ଝାରସୁଗୁଡ଼ାରୁ ୪୨ଜଣ, କଳାହାଣ୍ଡିରୁ ୭୭ଜଣ, କନ୍ଧମାଳରୁ ୧୧୨ଜଣ, କେନ୍ଦ୍ରାପଡ଼ାରୁ ୨୫୩ଜଣ, କେନ୍ଦୁଝରରୁ ୧୨୩ଜଣ, ଖୋର୍ଦ୍ଧାରୁ ୧୦୧୭ଜଣ, କୋରାପୁଟରୁ ୧୨୬ଜଣ, ମାଲକାନଗିରିରୁ ୮୪ଜଣ, ମୟୁରଭଞ୍ଜରୁ ୨୯୭ଜଣ, ନବରଙ୍ଗପୁରରୁ ୧୪୬ଜଣ, ନୟାଗଡ଼ରୁ ୧୨୦ଜଣ, ନୂଆପଡ଼ାରୁ ୧୭ଜଣ, ପୁରୀରୁ ୨୯୧ଜଣ, ରାୟଗଡ଼ାରୁ ୧୨୦ଜଣ, ସମ୍ବଲପୁରରୁ ୧୦୧ଜଣ, ସୋନପୁରରୁ ୬୪ଜଣ, ସୁନ୍ଦରଗଡ଼ରୁ ୨୦୮ଜଣ ଏବଂ ରାଜ୍ୟ ପୁଲ୍ରୁ ୧୫୧ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୩୭,୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭,୬୪,୬୭୩ ଜଣ ସୁସ୍ଥ ହୋଇଥିବା ବେଳେ ୬୯ହଜାର ୩୩୩ଜଣ ସକ୍ରିୟ ମାମଲା ରହିଛି ।