ବିଗୁଡୁଛି ରାଜ୍ୟର ସ୍ଥିତି : ୧୧,୦୫୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୧ହଜାର ୦୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ହଜାର ୧୯୩ ଓ ସ୍ଥାନୀୟ ଅଞ୍ଚଳରୁ ୪ହଜାର ୮୬୬ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୦୩ହଜାର ୪୪୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୫୯ଜଣ ଥିବାବେଳେ ବାଲେଶ୍ୱରରୁ ୪୦୦ଜଣ, ବରଗଡ଼ରୁ ୩୬୭ଜଣ, ଭଦ୍ରକରୁ ୩୭୭ଜଣ, ବଲାଙ୍ଗୀରରୁ ୧୬୬ଜଣ, ବୌଦ୍ଧରୁ ୨୬୧ଜଣ, କଟକରୁ ୧୧୩୩ଜଣ, ଦେଓଗଡ଼ରୁ ୧୦୩ଜଣ, ଢେଙ୍କାନାଳରୁ ୩୫୧ଜଣ, ଗଜପତିରୁ ୬୭ଜଣ, ଗଞ୍ଜାମରୁ ୧୫୫ଜଣ, ଜଗତସିଂହପୁରରୁ ୩୩୦ଜଣ, ଯାଜପୁରରୁ ୫୬୪ଜଣ, ଝାରସୁଗୁଡ଼ାରୁ ୨୨୮ଜଣ, କଳାହାଣ୍ଡିରୁ ୪୦୭ଜଣ, କନ୍ଧମାଳରୁ ୧୦୩ଜଣ, କେନ୍ଦ୍ରାପଡ଼ାରୁ ୩୦୯ଜଣ, କେନ୍ଦୁଝରରୁ ୨୦୦ଜଣ, ଖୋର୍ଦ୍ଧାରୁ ୧୦୧୦ଜଣ, କୋରାପୁଟରୁ ୧୭୫ଜଣ, ମାଲକାନଗିରିରୁ ୯୮ଜଣ, ମୟୁରଭଞ୍ଜରୁ ୬୬୨ଜଣ, ନବରଙ୍ଗପୁରରୁ ୩୨୨ଜଣ, ନୟାଗଡ଼ରୁ ୨୪୬ଜଣ, ନୂଆପଡ଼ାରୁ ୪୪ଜଣ, ପୁରୀରୁ ୪୩୦ଜଣ, ରାୟଗଡ଼ାରୁ ୧୭୭ଜଣ, ସମ୍ବଲପୁରରୁ ୩୭୯ଜଣ, ସୋନପୁରରୁ ୨୦୪ଜଣ, ସୁନ୍ଦରଗଡ଼ରୁ ୭୨୯ଜଣ ଏବଂ ରାଜ୍ୟ ପୁଲ୍ରୁ ୨୦୩ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୭,୦୩,୪୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୮୯,୬୧୦ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୧୧ହଜାର ୨୬୨ଜଣ ସକ୍ରିୟ ମାମଲା ରହିଛି ।