ବାତ୍ୟା ପାଇଁ ୧୦ ଜିଲାରେ ସକାଳ ୭ରୁ ୧ଟା ଯାଏଁ ଖୋଲାରହିବ ଦୋକାନ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଫଳରେ ବାତ୍ୟାକୁ ନଜରରେ ରଖି ୧୦ ଜିଲାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ସମୟରେ ପରିବର୍ତ୍ତନ କରିଛନ୍ତି ସରକାର ।
ରାଜ୍ୟରେ ମହାମାରୀ କରନା ପାଇଁ ଲକଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସକାଳ ୭ଟାରୁ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଛି । କିନ୍ତୁ ଏବେ ବାତ୍ୟା ପ୍ରଭାବିତ ସମ୍ଭାବନା ଥିବା ୧୦ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର । ସୋମବାର ଓ ମଙ୍ଗଳବାର ପାଇଁ ଏହା ଲାଗୁ ହେବ । ଏନେଇ ଏସ୍ଆର୍ସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜିଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା । ଏହି ୧୦ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଦୋକାନବଜାର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି ।