ବିଗୁଡ଼ିଛି ରାଜ୍ୟର ସ୍ଥିତି : ୬୦୭୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୬୦୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫୨୨ ଓ ସ୍ଥାନୀୟ ଅଞ୍ଚଳରୁ ୨୫୫୧ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୨୦ହଜାର ୧୨୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୩୯ଜଣ ଥିବାବେଳେ ବାଲେଶ୍ୱରରୁ ୭୮ଜଣ, ବରଗଡ଼ରୁ ୨୮୬ଜଣ, ଭଦ୍ରକରୁ ୬୫ଜଣ, ବଲାଙ୍ଗୀରରୁ ୪୫୭, ବୌଦ୍ଧରୁ ୬୪ଜଣ, କଟକରୁ ୧୯୮ଜଣ, ଦେଓଗଡ଼ରୁ ୩୬ଜଣ, ଢେଙ୍କାନାଳରୁ ୧୨ଜଣ, ଗଜପତିରୁ ୭୯ଜଣ, ଗଞ୍ଜାମରୁ ୨୦୯ଜଣ, ଜଗତସିଂହପୁରରୁ ୬୨ଜଣ, ଯାଜପୁରରୁ ୧୦୭ଜଣ, ଝାରସୁଗୁଡ଼ାରୁ ୩୫୯ଜଣ, କଳାହାଣ୍ଡିରୁ ୨୭୭ଜଣ, କନ୍ଧମାଳରୁ ୩୪ଜଣ, କେନ୍ଦ୍ରାପଡ଼ାରୁ ୬୪ଜଣ, କେନ୍ଦୁଝରରୁ ୨୬୬ଜଣ, ଖୋର୍ଦ୍ଧାରୁ ୧୦୯୨ଜଣ, କୋରାପୁଟରୁ ୭୬ଜଣ, ମାଲକାନଗିରିରୁ ୨୯ଜଣ, ମୟୁରଭଞ୍ଜରୁ ୧୪୯ଜଣ, ନବରଙ୍ଗପୁରରୁ ୨୦୬ଜଣ, ନୟାଗଡ଼ରୁ ୧୧୦ଜଣ, ନୂଆପଡ଼ାରୁ ୪୦୦ଜଣ, ପୁରୀରୁ ୨୨୬ଜଣ, ରାୟଗଡ଼ାରୁ ୭୭ଜଣ, ସମ୍ବଲପୁରରୁ ୧୫୮ଜଣ, ସୋନପୁରରୁ ୭୪ଜଣ, ସୁନ୍ଦରଗଡ଼ରୁ ୩୭୧ଜଣ ଏବଂ ରାଜ୍ୟ ପୁଲ୍ରୁ ୨୧୩ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୪,୨୦,୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୬୭,୧୧୧ଜଣ ସୁସ୍ଥ ହୋଇଥିବା ବେଳେ ୫୦,୯୫୮ ଜଣ ସକ୍ରିୟ ମାମଲା ରହିଛି ।