ଭୁବନେଶ୍ୱର : ୮୨୩ ପଜିଟିଭ୍, ୭୦୯ ସୁସ୍ଥ
ଭୁବନେଶ୍ୱର : ସୋମବାର ଦିନ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଆଉ ୮୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୫୦ ଜଣ କ୍ୱାରେଂଟାଇନ୍ ରେ ଥିବା ବେଳେ ୬୭୩ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୭୦୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପି ୮୪୯୦କୁ ବୃଦ୍ଧି ପାଇଛି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ୬୭୩ ଲୋକାଲ୍ କେସ ଭିତରୁ ନୟାପଲ୍ଲୀରୁ ସର୍ବାଧିକ ୫୯, ପଟିଆରୁ ୪୪, ଓଲ୍ଡଟାଉନରୁ ୩୬ , ଚନ୍ଦ୍ରଶେଖରପୁରରୁ ୩୧, ରସୁଲଗଡ ଓ ବମିଖାଲରୁ ୨୧ ଲେଖାଏଁ , ଡୁମଡୁମା ଓ ସୁନ୍ଦରପଦାରୁ୨୦ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ନୟାପଲ୍ଳୀରୁ ୧୫, ଚନ୍ଦ୍ରଶେଖରପୁରରୁ ୧୧, ଓଲ୍ଡ ଟାଉନ୍ ରୁ ୧୦ ଜଣ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୧୪୦ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୩୮୩୬୧ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୮୪୯୦ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୬୮ ରହିଛି ।