ବାଲେଶ୍ୱର : ୩୦୨ କରୋନା ସଂକ୍ରମିତ ଚିହ୍ନଟ
![](https://thetruths.in/wp-content/uploads/2021/05/Balasore-Corona-8.jpg)
ବାଲେଶ୍ୱର : ବାଲେଶ୍ୱର ଜିଲାରେ ପୁଣି ବଢ଼ିଲା କରୋନା । ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲାରେ ୩୦୨ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ପରୀକ୍ଷଣ ମାତ୍ରା ବୃଦ୍ଧି ପାଇବା ଫଳରେ ସଂକ୍ରମଣ ହାର ପୁଣି ବଢ଼ିବା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ସହରର ବୈରାମନଗରରୁ ୯ଜଣ, ମୋତିଗଞ୍ଜରୁ ୮, ମୁଖ୍ୟ ଚିକିତ୍ସାଳୟରୁ ୮, ମାଣିଖମ୍ବରୁ ୫, ଗୋପାଳଗାଁରୁ ୫, ସୁଏଲପୁରରୁ ୪, ସହଦେବଖୁଣ୍ଟାରୁ ୪, ବାରବାଟୀରୁ ୩, ଅଙ୍ଗାରଗଡ଼ିଆରୁ ୩, ସୁନହଟରୁ ୩, ରାଣୀପାଟଣାରୁ ୨, ମଠସାହିରୁ ୨, ମାନସିଂବଜାରରୁ ୨, ଆଇଟିଆଇ ଛକରୁ ୨, ଶ୍ରୀକଣ୍ଠପୁରରୁ ୨ଜଣଙ୍କ ସମେତ ଅରଡ଼ବଜାର, ବଡ଼ନୂଆପୁର, ଜିଲା ଜେଲ, ଜେଲରୋଡ଼, ମିର୍ଜାପୁର, ନେଳିଆବଗ, ପୁରୁଣା ବାଲେଶ୍ୱର, ତଳସାହି ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ଅଛନ୍ତି । ମୋଟ ଉପରେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ପୌରାଞ୍ଚଳରେ ୭୦ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ସଦର ବ୍ଲକରୁ ୩୮ ଜଣ, ରେମୁଣାରୁ ୩୩ , ବାହାନଗାରୁ ୭, ବାଲିଆପାଳରୁ ୩, ବସ୍ତାରୁ ୧୫, ଭୋଗରାଇରୁ ଜଣେ, ଜଳେଶ୍ୱରରୁ ୬, ଖଇରାରୁ ୧୦, ନୀଳଗିରରୁ ୧୧, ଔପଦାରୁ ୩, ସିମୁଳିଆରୁ ୫୪ ଓ ସୋର ବ୍ଲକରୁ ୪୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସୂଚନା ଯେ, ଜିଲାରେ ମୋଟ ୨୪,୦୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ୨୦,୪୧୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ସକ୍ରିୟ ଥିବା ୩,୪୮୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ୩,୧୪୩ ଜଣ ଗୃହ ସଙ୍ଗରୋଧରେ ଏବଂ ୩ଶହ ଜଣ ଜିଲାର ଦୁଇଗୋଟି କୋଭିଡ ଡାକ୍ତରଖାନା ଓ ୩ ଗୋଟି କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଅଦ୍ୟାବଧି ୧୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।