ହାଇୱା ଧକ୍କାରେ ୩ ମୃତ, ଜଣେ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅରିଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇଥିବା ବେଳେ ହାଇୱା ଗାଡି ଧକ୍କାରେ ୩ ମୃତ, ଜଣେ ଗୁରୁତର ।
ସୂଚନା ଯେ, ଗୋଡ଼ଭଗାରୁ ଦ୍ରୁତ ଗତିରେ ଆସୁଥିବା ହାଇଓ୍ୱା ଗାଡି ମୁଖ୍ୟ ରାସ୍ତା କଡରେ ଦୁଇଟି ବାଇକ ଧରି ଛିଡା ହୋଇଥିବା ଚାରିଜଣଙ୍କୁ ଧକ୍କା ଦେଇଥିଲା । ଏଥିରେ ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦୁଇଟି ବାଇକରେ ୪ଜଣ ବରଗଡ଼ ବଇପୂର ଗାଁରୁ ବିନିକା ବଲାରଙ୍ଗା ଗାଁକୁ ଝିଅ ଦେଖି ଆସୁଥିଲେ। ଅରିଗାଁ ଛକ ଠାରେ ଏକ ନଳକୂପ ଦେଖି ବୋତଲରେ ପାଣି ଭର୍ତ୍ତି କରିବା ପାଇଁ ଅଟକିଥିଲେ। ଜଣେ ଯୁବକ ନଳକୂପ ପାଖକୁ ପାଣି ନେଇ ଯାଇଥିବା ସମୟରେ ଅନ୍ୟ ୩ଜଣ ଯୁବକ ରାସ୍ତା ଉପରେ ଛିଡା ହୋଇଥିଲେ। ଏହି ସମୟରେ ଟ୍ରକ୍ ୩ଜଣଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମୃତ ୩ ଯୁବକ ବଇପୂର ଗାଁର ହେଇଥିବା ବେଳେ ଗୁରୁତର ଆହତ ଯୁବକଙ୍କ ଘର ବରଗଡ଼ ଜିଲା ରୂପାପାଲି ଗାଁରେ । ଗୁରୁତର ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହାଇୱା ଗାଡିର ଡ୍ରାଇଭର ଖସି ଯାଉଥିବା ବେଳେ ଗ୍ରାମବାସୀ ତାକୁ କାବୁ କରିଥିଲେ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି ।ହାଇୱା ଧକ୍କାରେ ୩ ମୃତ, ଜଣେ ଗୁରୁତର