ପୁଣି ମହାନଦୀକୁ ଡ଼େଇଁଲେ ଯୁବକ

କଟକ : ପୁଣି ମହାନଦୀକୁ ଡ଼େଇଁଲେ ଯୁବକ । କଟକ ଯୋବ୍ରା ନିକଟରେ ମହାନଦୀକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ପାରିବାରିକ କଳହରୁ ଏପରି କାଣ୍ଡ କରିଥିବାର ସୂଚନା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଏହିପରି ଫେବ୍ରୁଆରୀ ମାସରେ ଯୋବ୍ରା ଆନିକଟ ନିକଟରେ ଗଭୀର ପାଣିକୁ ଜଣେ ମହିଳା ଡେଇଁ ପଡିଥିଲେ । ଯୋବ୍ରା ଆନିକଟ ନିକଟରେ ଏକ ରଶିରେ ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ପରେ ଜଣେ ଯୁବକ ସାହାସର ସହ ଜୀବନକୁ ବାଜି ଲଗାଇ ଗଭୀର ପାଣିକୁ ଡେଇଁ ମହିଳାଙ୍କୁ ବଞ୍ଚାଇଥିଲେ । ଅଗ୍ନିଶମବିଭାଗ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ।