ଓଲଟିଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ
କଟକ : ପୁଣି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ୧୬ ନମ୍ବର ଜାତୀୟ ରାଜପଥର କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ନିକଟରେ ବୁଧବାର ସନ୍ଧ୍ୟା ସମୟରେ ଓଲଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ତେବେ ବସ୍ ମଧ୍ୟରେ ଅନେକ ଯାତ୍ରୀ ଫସି ରହିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍ ମଧ୍ୟରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ଯାତ୍ରୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । ଜାତୀୟ ରାଜପଥରେ ଦୁର୍ଘଟଣା ଯୋଗୁଁ ନାହିଁ ନଥିବା ଭିଡ଼ ଲାଗିଛି ।
ସୂଚନା ଯେ, ଭୁବନେଶ୍ବରରୁ ବିଦୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍ (ଚନ୍ଦନ) ବାଲେଶ୍ବର ଅଭିମୁଖେ ବାହାରିଥିଲା। ଏହି ବସ୍ଟି କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ନିକଟରେ ଭାରସାମ୍ୟ ହରାଇ ଜଣେ ସାଇକେଲ ଆରୋହୀଙ୍କ ଉପରେ ପଡ଼ି ବସ୍ଟି ଡିଭାଇଡର ଉପରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କିତ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କର ସହାୟତାରେ ବସ୍ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣା ପରେ ୧୬ ନମ୍ବର ଜାତୀୟ ରାଜପଥ ପରେ ଟ୍ରାଫିକ୍ ଭିଡ଼ ରହିଛି। ଫଳରେ ଯାତାୟତରେ କିଛି ସମୟ ପାଇଁ ଅସୁବିଧା ଦେଖାଯାଇଛି।