ହୁ ହୁ ହୋଇ ଜଳିଲା ଟ୍ରଲର୍, କେହି ଦୁବୃର୍ତ୍ତ ନିଆଁ ଲଗେଇ ଦେଇଥିବା ଆଶଙ୍କା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଇନ୍ଫୋସିଟି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ହୁହୁ ହୋଇ ଜଳିଲା ଟ୍ରଲର୍ । ଟ୍ରଲରରେ କେହି ଦୁର୍ବୁତ୍ତ ନିଆଁ ଲଗେଇ ଦେଇଥିବା ଆଶଙ୍କା କରାଯାଉଛି ।
ଶନିବାର ବିଳମ୍ବିତ ରାତିରେ ଟ୍ରଲରରେ କେହି ନିଆଁ ଲଗାଇ ଦେଇଥିଲେ । ଏନେଇ ତୁରନ୍ତ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ପାଖରେ ଥିବା ଦୋକନ ଗୁଡିକ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଯାଇଛନ୍ତି ।