ଭୁବନେଶ୍ୱର ସବୁଠାରୁ ଉତପ୍ତ
ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଶନିବାର ରାଜ୍ୟର ୧୨ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତପ୍ତ ସହର ହୋଇଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଶନିବାର ସକାଳୁ ଖରାର ପ୍ରକୋପ ଆରମ୍ଭ ହୋଇଯାଇଥିଲା । ଦିନ ୧୦ଟା ବେଳକୁ ତାତି ଅସହ୍ୟ ହୋଇଥିଲା । ଏହି କ୍ରମରେ ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭାଜି ହୋଇଥିଲା ରାଜଧାନୀ । ଏହାପଛକୁ ବୌଦ୍ଧରେ ୪୨ ଡିଗ୍ରୀ , ସୁବର୍ଣ୍ଣପୁରରେ ୪୧.୮, ବାରିପଦା ୪୧.୬, ଟିଟିଲାଗଡ ୪୧ , ସମ୍ବଲପୁର ୪୧,ଝାରସୁଗୁଡା ୪୦.୫ , ଅନୁଗୁଳ ୪୦.୩ , ବଲାଙ୍ଗୀର ୪୦.୩ , ତାଳଚେର ୪୦.୧ , ନୟାଗଡ ୪୦, ଭବାନୀପାଟଣା ୪୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କଟକରେ ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।