ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀମାନେ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ଆଣିବା ଆବଶ୍ୟକ
ଭୁବନେଶ୍ୱର : ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ, ଯେଉଁମାନେ ୧୦ ଏପ୍ରିଲ, ୨୦୧୧ ଠାରୁ ଯାତ୍ରା ଆରମ୍ଭ କରୁଥିବେ ସେମାନେ ଯାତ୍ରା କରିବା ପୂର୍ବରୁ ସର୍ବାଧିକ ୭୨ ଘଂଟା ମଧ୍ୟରେ ହୋଇଥିବା ଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର ଦ୍ୱିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ । ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତ ଦିନ ବାଧ୍ୟତାମୂଳକ ଘର/ଅନୁଷ୍ଠାନିକ କ୍ୱାରେଂଟାଇନରେ ରହିବାକୁ ପଡିବ ।
ଓଡ଼ିଶାର କେତେକ ସ୍ଥାନରେ କୋଭିଡ୍-୧୯ ପୁଣି ବୃଦ୍ଧି ପାଇଅଛି । କୋଭିଡ୍-୧୯ର ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ବାହ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଯୋଗୁଁ ଏବଂ ସୀମାବର୍ତୀ ଅଂଚଳରେ ପ୍ରତିକୂଳ ପ୍ରଭାବକୁ ରୋକିବା ପାଇଁ ଏବଂ ଓଡିଶା ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଉପରୋକ୍ତ ଅନୁଯାୟୀ ଯାତ୍ରୀଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତି ନିଆଯାଇଛି ।