ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

- ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବେ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଶୁକ୍ରବାର) ଓଡିଶା ଗସ୍ତରେ ଆସିବେ । ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସି ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ପ୍ରଥମେ ଭୁବନେଶ୍ୱରରେ ପହଂଚି ସମୀକ୍ଷା କରିବେ । ପରେ ଆକାଶ ମାର୍ଗରୁ ସାମୁଦ୍ରିକ ବାତ୍ୟା ୟାସ୍ ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ କରିବେ । ପ୍ରଧାନମନ୍ତ୍ରୀ ଓଡିଶା ସମେତ ପଶ୍ଚିମବଙ୍ଗର ମେଦିନିପୁର ଅଂଚଳ ମଧ୍ୟ ବୁଲି ଦେଖିବେ ଏବଂ ସେଠାରେ ସମୀକ୍ଷା ବୈଠକରେ ଯୋଗ ଦେବେ ।