ବାଲେଶ୍ୱର ସହରର ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ଉପ-ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ବାଲେଶ୍ୱର ର ଦାୟିତ୍ୱ ନେବେ ବୋଲି କହିଥିଲେ। ଉପ-ନିର୍ବାଚନ ବିଜୟ ପରେ ସମୟ କ୍ରମରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ1 ହୋଇଯାଇଥିବା ବେଳେ ଆଜି ସହରରେ ବିଭିନ୍ନ ପ୍ରକାରର ଜନ କଲ୍ୟାଣକାରୀ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ସରଜମିନ ସମୀକ୍ଷା କରିଛନ୍ତି ସଦର ବିଧାୟକ ସ୍ୱରୁପ କୁମାର ଦାସ। ସେହି କ୍ରମରେ ୨୫ ଲକ୍ଷ ୪୨ ହଜାର ଟଙ୍କା ବ୍ୟୟ ରେ କ୍ୟାଥାଲିକ ଖ୍ରୀଷ୍ଟଧର୍ମୀ ବାସିନ୍ଦା ଙ୍କ ପାଇଁ ଏକ ଏକ ଶ୍ମଶାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ସମୟରେ ଖ୍ରୀଷ୍ଟଧର୍ମୀ ଧର୍ମଯାଜକ ଯଦୁ ମାରାଣ୍ଡି ଓ ଉପ ଧର୍ମଯାଜକ ଫାଦର ସୋରେଙ୍ଗ ଙ୍କ ସହ କମିଟି ସଦସ୍ୟ, ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ୱ ଓ କମିଟି ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ସ୍ଥାନୀୟ ଗୁଡ଼ିପଦା ଠାରେ ନାଳ ଓ ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସ୍ଥାନୀୟ ବାସିନ୍ଦା ମାନଙ୍କ ସହ ଆଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉପନଗରପାଳ ଶ୍ରୀଯୁକ୍ତ ମନୋଜ କୁମାର ରାଉତ, ଟାଉନ ବିଜେଡି ସଭାପତି ସନତ ଦାସ, ଜୟ ପ୍ରକାଶ ଦାସ, କୈଳାସ ସେଠୀ, କୈଳାସ ଦାଶ, କବିତା ମୁର୍ମୁ, ଶକ୍ତିକାନ୍ତ ଜେନା, ଚିତ୍ତରଞ୍ଜନ ସାହୁ, ବିଳାସିନୀ ବେହେରା, ଦେବାଶିଷ ଜେନା, ସୁଦୀପ୍ତ ପିଟର, ରୋଜି ପଟ୍ଟନାୟକ, ମୁନା ସ୍ୱାଇଁ, କାର୍ତ୍ତିକ ସାହୁ, ନିରଞ୍ଜନ ମହାନ୍ତି, ବ୍ରଜ କିଶୋର ପ୍ରଧାନ, ସଞ୍ଜୟ ବେହେରା, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ଟାଉନ ଛାତ୍ର ସଭାପତି କୁଶାଲ ଚାଟାର୍ଜୀ ଙ୍କ ସମେତ ବାଲେଶ୍ୱର ମ୍ୟୁନିସିପାଲିଟି ସମସ୍ତ ବରିଷ୍ଠ ନେତୃବୃନ୍ଦ ଙ୍କ ସହ ସମସ୍ତ ଛାମୁଆଁ ସଂଗଠନ ର କର୍ମକର୍ତା ମନେ ଉପସ୍ଥିତ ଥିଲେ। ମ୍ୟୁନିସିପାଲିଟି ର ପ୍ରତ୍ୟେକ ୱାର୍ଡ ରୁ କୋବିଡ଼ କଟକଣା କୁ ଆଖି ଆଗରେ ରଖି ସମସ୍ତ ନେତୃତ୍ୱ ମାନେ ଯୋଗ ଦେଇଥିଲେ।