କରୋନା ଭୟରେ ସଂଗଠନ ଛାଡ଼ୁଛନ୍ତି ମାଓବାଦୀ
ଛତିଶଗଡ : ମାଓ ସଂଗଠନରେ କରୋନା ପଶିଛି। ମାଓ ସଂଗଠନର ୭ଜଣ ମାଓବାଦୀ କରୋନାରେ ପ୍ରାଣ ହରାଇଥିବାରୁ ଭୟରେ କିଛି ମାଓବାଦୀ ସଂଗଠନ ଛାଡି ପଳାଉଥିବା ଜଣାପଡିଛି ।
ଛତିଶଗଡ଼ ବିଜାପୁର ପାଲନାର ଜଙ୍ଗଲରୁ ଠାବ ହୋଇଥିବା ମାଓ ସାମଗ୍ରୀ ସହ ମାଓବାଦୀଙ୍କ ଏହି ହାତଲେଖା ଚିଠିରୁ ଜଣାପଡିଛି । ଅନେକ ମାଓବାଦୀ ଅସୁସ୍ଥ ହୋଇ ଜଙ୍ଗଲ ଭିତରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପାଖରେ ଥିବା ଔଷଧ ଏହି ରୋଗର ମୁକାବିଲା କରିପାରୁ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ଦକ୍ଷିଣ ଓ ପଶ୍ଚିମ ବସ୍ତର ଡିଭିଜନ ସହ ଦରଭା ଡିଭିଜନର ଅନେକ ସାଧି ଅସୁସ୍ଥ ଥିବା ବେଳେ ସଂଗଠନ ଛାଡ଼ି ମାଓବାଦୀମାନେ ପଳାୟନ କରିବା ଘଟଣା ଲାଗି ରହିଲେ ସଂଗଠନ ଚଳେଇବା କଷ୍ଟକର ହେବ ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି ।ତେବେ ଆତ୍ମସମର୍ପଣ ନକଲେ ୨୫ରୁ ଅଧିକ ମାଓବାଦୀ ପ୍ରାଣ ହରେଇବେ ବୋଲି ଦାନ୍ତେୱାଡା ଏସପି ପ୍ରକାଶ କରିଛନ୍ତି ।