ଗଙ୍ଗାରେ ମୃତଦେହ ଭାସିବ ଘଟଣା : ଉପକୂଳ ଉପରେ ନଜର ରଖିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ଏନଏମସିଜି
ନୂଆଦିଲ୍ଲୀ : ଗଙ୍ଗାରେ ଭାସୁଥିବା ମୃତଦେହ ଉପରେ କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ (ଏନଏମସିଜି) । ଉପକୂଳ ଉପରେ ନଜର ରଖିବାକୁ ଏବଂ ଏହାକୁ ତୁରନ୍ତ ବନ୍ଦ କରିବାକୁ ସଂଗଠନ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି ଏନଏମସିଜି । ସୁରକ୍ଷା ପ୍ରୋଟୋକଲ ତଥା ଜିଲ୍ଲା ଗଙ୍ଗା ସମିତି ଅନୁଯାୟୀ ସନ୍ଦିଗ୍ଧ କୋଭିଡ ମୃତଦେହର ଶେଷ ରୀତିନୀତି କରିବା ସହ ରାଜ୍ୟଗୁଡିକ ଆବଶ୍ୟକ ପଦକ୍ଷେପ ନେବାକୁ ତାଗିଦ କରିଛନ୍ତି ।
ଏନଏମସିଜିର ଜଣେ ଅଧିକାରୀ କହିଛନ୍ତି ଯେ, ଖବରକାଗଜ ଏବଂ ଡିଜିଟାଲ ମିଡିଆରେ ଖବର ଆସିଥିଲା ଯେ ଗଙ୍ଗା ନଦୀରେ ଅଜ୍ଞାତ ମୃତଦେହ ଭାସୁଛି । ତେବେ ଏସବୁ କୋଭିଡ ପୀଡିତ ବୋଲି ସନ୍ଦେହ କରାଯାଉଛି । ଗଙ୍ଗା ନଦୀ କୂଳରେ ଏହି ମୃତଦେହ ଆସିବା ପରେ ସେଠାକାର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏନଏମସିଜି ର ମହାନିର୍ଦ୍ଦେଶକ ରାଜୀବ ରଂଜନ ମିଶ୍ର ଜିଲ୍ଲା ଗଙ୍ଗା କମିଟିର ଅଧ୍ୟକ୍ଷଙ୍କୁ ଲେଖି ଏକ ଚିଠିରେ ଦର୍ଶାଇଛନ୍ତି ଯେ କୋଭିଡ -୧୯ ଶବ ଉପରେ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଭାରତରେ ସନ୍ଦେହଜନକ କୋଭିଡ ପୀଡିତଙ୍କ ମୃତଦେହକୁ ଶବଦାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।