ଦିଲ୍ଲୀରେ ଆଉ ଏକ ସପ୍ତାହେ ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବେକାବୁ ହୋଇପଡିଛି। ଫଳରେ ଆଉ ସପ୍ତାହେ ପାଇଁ ଲକଡାଉନ୍ ବଢ଼ାଇ ଦିଆଯାଇଛି । ଲକଡାଉନ ସମୟରେ ପଜିଟିଭ ହାର ପାଖାପାଖି ୩୬-୩୭ ପ୍ରତିଶତ ଯାଏଁ ପହଞ୍ଚିଛି। ଦିଲ୍ଲୀରେ ସଂକ୍ରମଣ ହାର ଏତେ ଆଗରୁ କେବେ ନଥିଲା ବୋଲି ସେ କହିଛନ୍ତି। ଗତ ଦିନେ-ଦୁଇଦିନ ମଧ୍ୟରେ ସଂକ୍ରମଣ ହାର କିଛି ମାତ୍ରରେ କମିଛି ଓ ଆଜି ୩୦ ପ୍ରତିଶତ ତଳକୁ ଖସିଛି ବୋଲି ସେ କହିଛନ୍ତି। ପୂର୍ବରୁ ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଏପ୍ରିଲ ୨୬ ତାରିଖ ସୋମବାର ଯାଏଁ ଲକଡାଉନ ଘୋଷଣା କରିଥିଲେ। ତଥାପି ଦିଲ୍ଲୀରେ ସଂକ୍ରମଣ କମିବାର ନାଁ ନେଇନାହିଁ ଯାହା ସରକାର, ପ୍ରଶାସନ ଜନତାଙ୍କ ଚିନ୍ତା ବଢ଼ାଇଛି। ସଂକ୍ରମଣ ବଢି ଚାଲିଲାବେଳେ ହସ୍ପିଟାଲମାନଙ୍କରେ ବେଡ଼ କି ଅକ୍ସିଜେନ ମଧ୍ୟ ଉପଲବ୍ଧ ନାହିଁ। ଅନେକ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଏହିଭଳି ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଉ ସପ୍ତାହେ ଲକଡାଉନ ବଢାଇବାକୁ ଘୋଷଣା କରିଛନ୍ତି ।
ସୂଚନା ଯେ, ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୬୭ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ୬୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୭୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୭୬୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ହଜାର ୧୭୨ରେ ପହଞ୍ଚିଛି।