ଲଟେରୀ ମାଧ୍ୟମରେ ଆବଣ୍ଟନ ହେଲା ମଦ ଦୋକାନ
ଭଦ୍ରକ : ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାର ଦେଶୀ ଓ ବିଦେଶୀ ଠିପିଖୋଲା ଓ ଠିପି ବନ୍ଦ ମଦ ଦୋକାନ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲଟେରୀ ଉଠାଣ ହୋଇଥିଲା । ପୂର୍ବାହ୍ଣ ୧୧ଟା ସମୟରେ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ଓ ଇନ୍ଦ୍ରମଣି ନାୟକ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୁୟାଁ, ଅବକାରୀ ଅଧୀକ୍ଷକ ଗୌତମ ସାହୁ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲଟେରୀ ମାଧ୍ୟମରେ ଆବେଦନ କରିଥିବା ବହୁ ଆବେଦନକାରୀଙ୍କ ଉପସ୍ଥିତିରେ ଲଟେରୀ ଉଠାଣ ହୋଇଥିଲା । ଜିଲ୍ଲାର ମୋଟ ୩୫ଟି ଆଇଏମ୍ଏଫ୍ଏଲ ଅଫ୍ ସପ୍ ପାଇଁ ୪୯୦ ଓ ସି.ଏଲ. ସପ୍ ୧୯ଟି ପାଇଁ ୮୬ଜଣ ଆବେଦନକାରୀ ଆବେଦନ କରିଥିଲେ । ଜିଲ୍ଲାପାଳ ନିଜେ ଲଟେରୀ ଉଠାଣ କରି ଦୋକାନ ଆବଣ୍ଟନ କରିଥିଲେ । ଏହି କାର୍ଯ୍ୟକୁ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀମାନେ ପରିଚାଳନା କରିଥିବା ବେଳେ ଲଟେରୀ କାର୍ଯ୍ୟ ସୁଚାରୂ ରୂପେ ସମ୍ପନ୍ନ ହୋଇଥିବାରୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ ।