ଖୋଲିଲା ଆଖଣ୍ଡଳମଣି ମନ୍ଦିର
ଆରଡି: ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ଗତ ଗୁରୁବାର ଜଣେ ସେବାୟତ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତତ୍କାଳ ସର୍ବସାଧାରଣ ଭକ୍ତଙ୍କ ଦର୍ଶନକୁ ବନ୍ଦ କରିବା ସହ ମନ୍ଦିରକୁ ସାନିଟାଇଜ କରିଥିଲା। ଏଥିପାଇଁ ୬୦ ଘଣ୍ଟା ପାଇଁ ମନ୍ଦିରକୁ ବନ୍ଦ କରାଯାଇଥିଲା। ଶନିବାର ସନ୍ଧ୍ୟା ୬ଟାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପୁଣି ମନ୍ଦିର ଖୋଲିଛି।
ଏଥିସହ ପ୍ରଶାସନ ପରାମର୍ଶ ଅନୁଯାୟୀ ମନ୍ଦିରର ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ କରାଯାଇଛି। ତେବେ ଏହି ସମୟ ମଧ୍ୟରେ ସେବାୟତମାନଙ୍କୁ କରୋନା ଟେଷ୍ଟ କରାଯାଇଥିଲା। ଦୁଇ ଦିନରେ ମୋଟ ୨୪୨ ଜଣ ସେବାୟତଙ୍କ କରନା ଟେଷ୍ଟ କରାଯାଇଥିବା ବେଳେ ଆଗକୁ ମଧ୍ୟ ଏହି ଟେଷ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୯୨ ଜଣ ଓ ଶନିବାର ୧୫୦ ଜଣ, ମୋଟ ୨୪୨ ଜଣ ସେବାୟତଙ୍କର କୋଭିଡ ପରିକ୍ଷା କରାଯାଇଥିବା ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।