ଜଗତସିଂହପୁର ଜିଲ୍ଲାର ଧାର୍ମିକ ପୀଠରେ ଆଜି ଓ ଆସନ୍ତାକାଲି ପାଇଁ ୧୪୪ ଜାରି

ଜଗତସିଂହପୁର : ଆଜିଠୁ ଦୁଇଦିନ ପାଇଁ ଜଗତସିଂହପୁର ଜିଲ୍ଲାର ଧାର୍ମିକ ପୀଠରେ ଲାଗିବ ୧୪୪ ଧାରା ଜାରି । ମଙ୍ଗଳବାର ଓ ବୁଧବାର ୨ ଦିନ ପାଇଁ ଏହି କଟକଣା ଲାଗିବ ।

ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ଏହାରି ମଧ୍ୟରେ କୋଭିଡ ସଂକ୍ରମଣ ରୋକିବାକୁ ମହାବିଷୁବ ସଂକ୍ରାନ୍ତି ଓ ଝାମୁ ଯାତ୍ରା ଉପରେ କଟକଣା ଲଗାଯାଉଛି । ଶାରଳା, ଗୋରଖନାଥ, ଧ୍ୟାନକୁଦ ପୀଠରେ ୧୪୪ ଧାରା ଜାରି ହୋଇଛି । ବିଭିନ୍ନ ମନ୍ଦିରରେ ଭିଡ଼ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।