ଆଜିଠାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ

ପୁରୀ : ରାଜ୍ୟରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନଜରରେ ରଖି ଆଜିଠାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷପ ନିଆଯାଇଛି।
ପୁରୀକୁ ଅଧିକ ରୁ ଅଧିକ ଶବ ସଂସ୍କାର ପାଇଁ ବିଭିନ୍ନ ଜିଲ୍ଲାରୁ ଆସୁଛନ୍ତି ତେଣୁ ଏହି ସ୍ଥାନରେ କୋଭିଡ ବ୍ୟାପିବାର ଆଶଙ୍କା ରହିଛି । ତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ସେହିଭଳି ଜିଲ୍ଲା ଭିତରୁ କେହି ଶବ ସତ୍କାର ପାଇଁ ଆସିଲେ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । କୋଭିଡ ରୋଗୀ ଶବ ସଂସ୍କାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ଅସ୍ତି ବିର୍ସଜନ ଉପରେ ମଧ୍ୟ କଟକଣା ଲଗାଯାଇଛି । ବିଶେଷ କରି ମହୋଦଧିରେ ଅସ୍ଥି ବିର୍ସଜନ ଏବଂ ଶ୍ରାଦ୍ଧ କରିବାପାଇଁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସିଥାନ୍ତି । ତେଣୁ କୋଭିଡ ସମୟରେ ଏତେ ସଂଖ୍ୟାରେ ଲୋକଙ୍କୁ ଦୂରରେ ରଖିବାପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।