ଖରାଦିନେ ଫ୍ଲୋରାଲ୍ ପ୍ରିଂଟର ଜଲ୍ୱା

ଖରାଦିନ ଫ୍ୟାଶନ୍ରେ ଫ୍ଲୋରାଲ୍ ପ୍ରିଂଟ୍ର ଜଲୱା ଚାହିଦାରେ ରହିଛି । ଏଥ୍ନିକ୍ ହେଉ କିମ୍ବା ୱେଷ୍ଟର୍ଣ୍ଣ ୱେୟାର୍, ପ୍ରତିଟି ଡିଜାଇନ୍ରେ ଫ୍ଲୋରାଲ୍ ପ୍ରିଂଟ୍କୁ ଆକର୍ଷଣୀୟ ରଙ୍ଗ-ରୂପ ସହ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଫିଗର୍କୁ ଦୃଷ୍ଟିରେ ରଖି ଏଥର ଫ୍ୟାଶନ୍ ଟ୍ରେଣ୍ଡ୍ରେ ଫ୍ଲୋରାଲ୍ ପ୍ରିଂଟ୍କୁ ସର୍ବାଗ୍ରେ ରଖାଯାଇଛି ।
ଫ୍ଲୋରାଲ୍ ପ୍ରିଂଟ୍ର ଶାଢ଼ୀ ଟ୍ରେଣ୍ଡ୍ରୁ କେବେ ବି ଆଉଟ୍ ହୋଇନଥାଏ । ଶିଫନ୍ କିମ୍ବା ଜର୍ଜେଟ୍ରେ ଫ୍ଲୋରାଲ୍ ପ୍ରିଂଟ୍ ମହିଳାଙ୍କୁ ସବୁବେଳେ ପସନ୍ଦ ଆସିଥାଏ । ସେଲିବ୍ରିଟିଙ୍କୁ ମଧ୍ୟ ଏଭଳି ଫ୍ଲୋରାଲ୍ ଶାଢ଼ୀ ବେଶ୍ ପସନ୍ଦ ।

କ୍ୟାଜୁଆଲ୍ ଏଥ୍ନିକ୍ ଲୁକ୍ ଚାହୁଁଥିଲେ ସିମ୍ପଲ୍ ଫ୍ଲୋରାଲ୍ କୁର୍ତାର ଚୟନ କରିପାରିବେ । ଯଦି ୱେଷ୍ଟର୍ଣ୍ଣ ୱେୟାର୍ ପସନ୍ଦ, ତେବେ ଫ୍ଲୋରାଲ୍ ପ୍ରିଂଟ୍ର ୱାନ୍ ପିସ୍ କିମ୍ବା ଗାଉନ୍ ପିନ୍ଧିପାରିବେ ।
ଭାରତୀୟ ପରିଧାନରେ ଫ୍ଲୋରାଲ୍ ପ୍ରିଂଟ୍ ସବୁବେଳେ ଆଖିକୁ ସୁନ୍ଦର ଦିଶିଥାଏ । ସିମ୍ପଲ୍ ସାଲ୍ୱାର୍ ସହ ଲମ୍ବା ଫ୍ଲୋରାଲ୍ ପ୍ରିଂଟ୍ ଥିବା ଓଢ଼ଣୀ ଗ୍ଲାମରସ୍ ଲୁକ୍ ପ୍ରଦାନ କରିଥାଏ ।
ଏହି ଋତୁରେ ଆସେସରିଜ୍ରେ ମଧ୍ୟ ଫ୍ଲୋରାଲ୍ ପ୍ରିଂଟ୍ ଛାଇ ରହିଛି । ହେୟାର୍ କ୍ଲିପ୍ଠୁ ନେଇ ହେୟାର୍ ବ୍ୟାଣ୍ଡ୍ ଏବଂ ହ୍ୟାଣ୍ଡ୍ବ୍ୟାଗ୍ରେ ମଧ୍ୟ ଫ୍ଲୋରାଲ୍ ପ୍ରିଂଟ୍ସ ପ୍ୟାଟର୍ଣ୍ଣ ଦେଖିବାକୁ ମିଳୁଛି ।