ପିପିଲିରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ଡ଼ିଜି
- ପିପିଲି ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
- ସୁରକ୍ଷା ଦାୟୀତ୍ୱରେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ୨୯ ପ୍ଲାଟୁନ୍ ଓଏସଏପି ଫୋର୍ସ
ପୁରୀ : ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପିପିଲି ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଉପ ନିର୍ବାଚନରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଏବଂ ଆଇନ ଶୃଙ୍ଖଳା ସ୍ଥିତି କିଭଳି ରହିଛି ପିପିଲିରେ ପହଂଚି ଏହାର ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି ଅଭୟ । ଆଜି ଏହି ଗସ୍ତରେ ପୋଲିସ ଡିଜି ଅଭୟଙ୍କ ସହିତ ଏଡିଜି (ଆଇନ ଶୃଙ୍ଖଳା) ଜଶୱନ୍ତ ଜେଠୱା, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ରାଧାକାନ୍ତ ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସମୀକ୍ଷା ପରେ ଉପ ନିର୍ବାଚନ ପାଇଁ ପୋଲିସର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ପିପିଲିରେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ୨୯ ପ୍ଲାଟୁନ୍ ଓଏସଏପି ଫୋର୍ସ । ୧ ପ୍ଲାଟୁନ ସୁଇଫ୍ଟ ଆକ୍ସନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳିକୁ ଏକାଧିକ ଜୋନ୍ ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟୀତ୍ୱରେ ଦୁଇ ଜଣ ଅତିରିକ୍ତ ଏସପି ଓ ତିନି ଜଣ ଡିଏସପି ରହିଛନ୍ତି ।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ପିପିଲି ଥାନାରେ ପହଞ୍ଛି ଉପନିର୍ବାଚନ ପାଇଁ ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି । ନିର୍ବାଚନ କିପରି ସ୍ୱଚ୍ଛ ଓ ସୁରକ୍ଷିତ ଓ ନିର୍ଭୟରେ ମତଦାନ ହୋଇପାରିବ ସେ ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପିପିଲି ଡ଼େଲାଙ୍ଗକୁ ଦୁଇଟି ଜୋନରେ ବିଭକ୍ତ କରାଯାଇ ୨୦ଜଣ ଆଡ଼ସିନାଲ ଏସପି,୩ଜଣ ଡ଼ିଏସପି ଦାୟିତ୍ୱରେ ରହିବେ । ସାଧାରଣ ଭୋଟର ଯେପରି ପୂର୍ଣ୍ଣ ସୁରକ୍ଷିତ ହୋଇ ମତଦାନ କରିପାରିବେ ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ସୁରକ୍ଷା ପାଇଁ ୨୯ ପ୍ଲାଟୁନ ଓଏସଏପି , ୩ କମ୍ପାନୀ ସିଆରପିଏଫ, ଗୋଟିଏ କମ୍ପାନୀ ସୁଇପଟ ଆକ୍ସନ ଫୋର୍ସ ନିୟୋଜିତ ହେବେ । ଏହା ସହ ପୁରୀ ଏସପି ସୁରକ୍ଷା ସମ୍ପର୍କରେ ତୀକ୍ଷ୍ମ ନଜର ରଖିବେ । ଏହି ସମୀକ୍ଷା ବୈଠକରେ ଏଡ଼ିଜି, ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ, ପୁରୀ ଏସପି ଓ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇଥିଲେ ।