ମୋବାଇଲରେ କଲ୍ର ଟ୍ୟୁନ୍ ଜରିଆରେ ଲୋକଙ୍କୁ ଟିକା ନେବା ଲାଗି ସଚେତନ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ
![](https://thetruths.in/wp-content/uploads/2021/05/Delhi-Highcourt-1024x576.jpg)
ନୂଆଦିଲ୍ଲୀ : ମୋବାଇଲରେ କଲ୍ର ଟ୍ୟୁନ୍ ଜରିଆରେ ଲୋକଙ୍କୁ ଟିକା ନେବା ଲାଗି ସଚେତନ କରାଉଛନ୍ତି କେନ୍ଦ୍ର ସରକାର। କରୋନା ଟିକା ପ୍ରସ୍ତୁତ ହେବା ପରଠାରୁ ଏ ନେଇ ଜନସଚେତନତା ଜାରି ରହିଛି। ତେବେ ଏହାକୁ ନେଇ ଏବେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ।
ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, କଲ୍ର ଟ୍ୟୁନ୍ରେ ଗୋଟିଏ ବିରକ୍ତିକର ବାର୍ତ୍ତା ବଜେଇ ଆସୁଛ। ଯେତେବେଳେ କେହି ଜଣେ ଅନ୍ୟ ଜଣକୁ ଫୋନ୍ କରୁଛି କଲ୍ର ଟ୍ୟୁନ୍ରେ ଟିକା ନେବାକୁ କୁହାଯାଉଛି, ଯେତେବେଳେ କି ସରକାରଙ୍କ ପାଖରେ ଟିକା ନାହିଁ। ତୁମେ ଲୋକଙ୍କୁ ଟିକା ଦେଉନାହଁ, ତଥାପି କହୁଛ ଟିକା ଲଗାଅ ସୁସ୍ଥ ରୁହ। ଯେଉଁଠି ଆଦୌ ଟିକା ନାହିଁ, ସେଠି କିଏ ଟିକା ନେବ ବୋଲି ହାଇକୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।