୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲ୍ ପାଇଁ ମଞ୍ଜୁରି ପ୍ରଦାନ କଲା ଡିସିଜିଆଇ

ନୂଆଦିଲ୍ଲୀ : ମହାମାରୀ କରୋନା ଶିଶୁଙ୍କୁ ମଧ୍ୟ ସଂକ୍ରମିତ ହେଉଥିବାରୁ ସେମାନଙ୍କର ଟିକାକରଣ ନିମେନ୍ତ ଯୋଜନା କରାଯାଉଛି । ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଭାରତ ବାୟୋଟେକକୁ କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଭାରତ ବାୟୋଟେକକୁ କୋଭାକ୍ସିନ ଟିକା ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦ୍ୱିତୀୟ ଓ ତୃତୀୟ ଫେଜ ଟ୍ରାଲ ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ୫୨୫ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ ଏହି ପରୀକ୍ଷା କରାଯିବ ବୋଲି ଜଣାଯାଇଛି ।
ସୂଚନା ଯେ, ଭାରତ ବାୟୋଟେକ୍ ପକ୍ଷରୁ ଏହି ଟ୍ରାଏଲ ୫୨୫ ସ୍ୱେଚ୍ଛାସେବୀଙ୍କ ଉପରେ କରାଯିବ । ଏହା ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଉପରେ କରାଯାଉଥିବା କ୍ଲିନିକାଲ ଟ୍ରାଏଲର ଫେଜ୍ ୨ ଓ ଫେଜ୍ ୩ ହେବ । ଟ୍ରାଏଲ ବେଳେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୨୮ ଦିନ ବ୍ୟବଧାନ ରହିବ । ଦିଲ୍ଲୀ ଏବଂ ପାଟନା ଏମସ୍ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରାଯିବ ବୋଲି ସୂଚନା ମିଳିଛି। ଭାରତରେ ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏଥିରେ ଶିଶୁ ଓ କିଶୋରମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏମାନେ କିଭଳି ସୁରକ୍ଷିତ ରହିପାରିବେ ସେନେଇ ତତ୍ପରତା ବଢିଛି । ନିକଟରେ ଆମେରିକା ମଧ୍ୟ ସମାନ ପ୍ରସ୍ତୁତି ଆରମ୍ଭ କରିଛି । ଆମେରିକାର ଏଫିଡିଏ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଏବଂ ବାୟୋଟେକ ଟିକାକୁ ୧୨ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଦେବା ପାଇଁ ଅନୁମତି ଦେଇଛି। ଯାହାର ଆସନ୍ତାକାଲିଠାରୁ ଟ୍ରାଏଲ୍ ଆରମ୍ଭ ହେବ । ପୂର୍ବରୁ ଆମେରିକାରେ ୧୬ରୁ ଅଧିକ ବୟସ୍କଙ୍କୁ ଟିକା ଦେବାକୁ ଅନୁମତି ମିଳି ସାରିଛି। ଜନସନ୍ ଆଣ୍ଡ ଜନସନ୍ କଂପାନୀ ମଧ୍ୟ କିଶୋରମାନଙ୍କ ପାଇଁ କୋଭିଡ୍ ଟିକା ପ୍ରସ୍ତୁତି ଉପରେ ଗବେଷଣା ଜାରି ରଖିଛି।