କୋଭିଡ-୧୯ର ୨ୟ ଲହରରେ ମୃତକଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ୪୦% ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ୨ୟ ଲହରର କମ ହୋଇଛି । କିନ୍ତୁ ପ୍ରଥମ ଓ ୨ୟ ଲହରକୁ ନେଇ କରାଯାଇଥିବା ଏକ ଅଧ୍ୟୟନରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଅଧ୍ୟୟନରୁ ଜଣାଯାଇଛି ଯେ, କୋଭିଡ-୧୯ର ୨ୟ ଲହରରେ ମୃତକଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ୪୦ ପ୍ରତିଶତ ଅଧିକ । ମ୍ୟାକ୍ସ ହସ୍ପିଟାଲ ନିଜର ୧୦ଟି ହସ୍ପିଟାଲର ତଥ୍ୟକୁ ସମ୍ବଳିତ କରି ଏକ ଅଧ୍ୟୟନ କରିଥିଲା । ହସ୍ପିଟାଲ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନର ମୂଳ ଲକ୍ଷ୍ୟ ଥିଲେ ଉଭୟ ଲହର ମଧ୍ୟରେ ପାର୍ଥକ୍ୟ କ’ଣ । କରୋନା ଭାଇରସର ୨ୟ ଲହରରେ ୪୫ ବର୍ଷରୁ କମ ବୟସର ରୋଗୀଙ୍କ ମୃତ୍ୟୁ ଅଧିକ ହୋଇଛି । ଏତଦ ବ୍ୟତୀତ ଅଧ୍ୟୟନରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିଛି ।
ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ, କରୋନାରେ ମୃତ ଅଧିକ ଆକ୍ରାନ୍ତ ଥିଲେ ଡାଇବେଟିଜ । ଉଭୟ ପ୍ରଥମ ଓ ୨ୟ ଲହରେ ପୁରୁଷ ଆକ୍ରାନ୍ତ ଅଧିକ ମୃତ । ମ୍ୟାକ୍ସ ହସ୍ପିଟାଲରେ ପ୍ରଥମ ଲହରରେ ୧୪,୩୯୮ ରୋଗୀଙ୍କ ମଧ୍ୟରୁ ୩୨ ପ୍ରତିଶତ ଗୁରୁତର। ମ୍ୟାକ୍ସ ହସ୍ପିଟାଲରେ ୨ ଲହରରେ ୫.୪୫୩ ରୋଗୀଙ୍କ ମଧ୍ୟରୁ ୩୯ ପ୍ରତିଶତ ଗୁରୁତର । ୨ୟ ଲହରରେ ୭୪ ପ୍ରତିଶତ ରୋଗୀଙ୍କୁ ଅକ୍ସଜେନ ଦରକାର ଥିଲା। ପ୍ରଥମ ଲହରରେ ୬୩ ପ୍ରତିଶତ ରୋଗୀଙ୍କୁ ଅକ୍ସଜେନ ଦରକାର ଥିଲା । ପ୍ରଥମ ଲହରରେ ୮.୭ ପ୍ରତିଶତ ରୋଗୀଙ୍କୁ ଭେଣ୍ଟିଲେଟର ଦରକାର ପଡ଼ିଥିଲା । ୨ୟ ଲହରରେ ୧୦ ପ୍ରତିଶତ ରୋଗୀଙ୍କୁ ଭେଣ୍ଟିଲେଟର ଦରକାର ପଡ଼ିଥିଲା । ପ୍ରଥମ ଲହରେ ୧୧ ପ୍ରତିଶତ ରୋଗୀଙ୍କୁ ୨ୟ ସଂକ୍ରମଣ, ୨ୟ ଲହରରେ ଏହା ୨୭.୬ ପ୍ରତିଶତ ।