ଟିକାକରଣ କ୍ଷେତ୍ରରେ ଆମେରିକା ଓ ବ୍ରିଟେନକୁ ପଛରେ ପକାଇ ଭାରତର ନୂତନ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ : କରୋନା ଟିକାକରଣ କ୍ଷେତ୍ରରେ ଭାରତ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଜାନୁଆରୀ ୨୦୨୧ରେ ଭାରତରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା, ସେହିଦିନଠାରୁ ୩୨ କୋଟିରୁ ଅଧିକ ଟିକା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ଆମେରିକା ଓ ବ୍ରିଟେନକୁ ପଛରେ ପକାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ପ୍ରକାଶ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଥିବା ଲୋକଙ୍କୁ ୩୨ କୋଟି ୩୬ ଲକ୍ଷ ୬୩ ହଜାର ୨୯୭ ଡୋଜ ଟିକା ଦିଆଯାଇଛି। ଯେତେବେଳେ କି ଆମେରିକାରେ ୩୨ କୋଟି ୩୩ ଲକ୍ଷ ଟିକା ଦିଆଯାଇଛି। ଏଥି ସହିତ ବ୍ରିଟେନରେ ଏ ପର୍ଯ୍ୟନ୍ତ ୭୦ ନିୟୁତରୁ ଅଧିକ ଟିକା ଡୋଜ ମିଳିଛି । ଟିକାକରଣ ପ୍ରସଙ୍ଗରେ ଭାରତ ବହୁ ପୂର୍ବରୁ ବ୍ରିଟେନକୁ ଟପିଯାଇଥିଲା। ଆମେରିକା ଏକମାତ୍ର ଦେଶ ବାକି ଥିଲା, ଯାହା ଟିକାକରଣରେ ଭାରତଠାରୁ ଆଗରେ ଥିଲା। ଭାରତ ବର୍ତ୍ତମାନ ଆମେରିକାକୁ ମଧ୍ୟ ପଛରେ ପକାଇ ଦେଇଛି। ଏହି ତାଲିକାରେ ଜର୍ମାନୀ ଚତୁର୍ଥ ସ୍ଥାନରେ ଅଛି, ଯେଉଁଠାରେ ଏ ପର୍ଯ୍ୟନ୍ତ ୭୧୪ ନିୟୁତରୁ ଅଧିକ ଟିକା ଦିଆଯାଇଛି। ଫ୍ରାନ୍ସ ପଞ୍ଚମ ସ୍ଥାନରେ ରହିଛି, ଏପର୍ୟ୍ୟନ୍ତ ଏଠାରେ ୫ କୋଟିରୁ ଅଧିକ ୨୪ ଲକ୍ଷ ଟିକା ଡୋଜ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କରୋନା ଟିକାକରଣରେ ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଓ ଦିଆଯାଇଥିବା କରୋନା ଟିକାକରଣର ମୋଟ ମାତ୍ରା ଦୃଷ୍ଟିରୁ ଆମେରିକାକୁ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ତଥ୍ୟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଟିକାକରଣର କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ସୂଚନା ଯେ, ଭାରତରେ ଟୀକାକରଣ ଅଭିଯାନ ୨୦୨୧ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବାବେଳେ ବ୍ରିଟେନରେ ଟୀକାକରଣ ଅଭିଯାନ ୨୦୨୦ ଡିସେମ୍ବର ୮ରୁ ଆରମ୍ଭ ହୋଇଥିଲା। ଟିକାକରଣ ୨୦୨୦ ଡିସେମ୍ବର ୧୪ରେ ଆମେରିକାରେ, ଇଟାଲୀ, ଜର୍ମାନୀ ଓ ଫ୍ରାନ୍ସରେ ୨୦୨୦ ଡିସେମ୍ବର ୨୭ରେ ଆରମ୍ଭ ହୋଇଥିଲା। କିନ୍ତୁ ଏହି ସବୁ ଦେଶକୁ ଟପି ଟିକା ଦେବା ପ୍ରସଙ୍ଗରେ ଭାରତ ଏକ ନମ୍ବରରେ ପହଞ୍ଚିଛି।