କୋଭିଡ ହେଲ୍ପ ଲାଇନ୍ ନମ୍ଵର ଜାରି
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ମେଡିକାଲ ଆସୋସିଏସନ ଏକ କୋଭିଡ ହେଲ୍ପ ଲାଇନ୍ ନମ୍ଵର ଜାରି କରିଛି। ଏହି ହେଲ୍ପ ଲାଇନ୍ ନମ୍ବର କରୋନା ରୋଗୀମାନଙ୍କୁ ୨୪ ଘଣ୍ଟା ସହାୟତା କରିବ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏହି ହେଲ୍ପ ଲାନ୍ ନମ୍ବରରେ ୨୫୦ ଜଣ ଡାକ୍ତର ରୋଗୀମାନଙ୍କୁ ସେବା ଉପଲବ୍ଧ କରିବେ।
ଇଣ୍ଡିଆନ ମେଡିକାଲ ଆଶୋସିଏସନର ଅଧ୍ୟକ୍ଷ ଡା ଜେ ଏ ଜୟଲାଲ ଏନେଇ କହିଛନ୍ତି ଯେ, ଆଇଏମଏ ୯୫୯୭୫୭୫୭୪୫୪ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି। ସାରା ଦେଶରୁ ଲୋକମାନେ ଏହି ହେଲ୍ପଲାଇନ୍ ନମ୍ଵରରେ କଲ କରି କରୋନା ସମ୍ବନ୍ଧିତ କୌଣସି ପ୍ରକାରର ସୂଚନା ପାଇପାରିବେ। ଲୋକମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ସୁବିଧା ଯୋଗାଇ ଦେବାକୁ ଏହି ହେଲ୍ପଲାଇନ୍ ନମ୍ବର ପ୍ରସ୍ତୁତ କରାଯାଇଛି। ହସ୍ପିଟାଲରେ ବେଡ୍ ଠାରୁ ନେଇ ଆଇସିୟୁ ବେଡ୍ ସୁବିଧା, ସେଲ୍ଫ କିମ୍ବା ହୋମ କ୍ଵାରେଣ୍ଟାଇନ ସମୟରେ ସାବଧାନତା, କରୋନା ବେଳେ ଘରେ ରହି କପରି କରିବେ ଚିକିତ୍ସା, ଭ୍ୟାକ୍ସିନକୁ ନେଇ ସଚେତନତା, ଛୋଟ ଘରେ କରୋନା ରୋଗୀଙ୍କ ଠାରୁ ପରିବାରର ଅନ୍ୟ ସଦସ୍ୟଙ୍କ ସଚେତନତା ବିଷୟରେ ବୁଝାଇବା ପାଇଁ ଏହା ଯଥା ସମ୍ଭବ ସହାୟତା କରିବ। ଦେଶରେ ଏବେ ତୀବ୍ର ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୧୭ ହଜାର କରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛନ୍ତି। ସେହିପରି ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ, ୟୁପି, ତାମିଲନାଡୁ, କର୍ଣ୍ଣାଟକର ସ୍ଥିତି ଗମ୍ଭୀର ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି।