ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଅଧିକ ଭୟଙ୍କର ହୋଇ ପଡିଛି

ନୂଆଦିଲ୍ଲୀ,୧୬/୦୪: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଅଧିକ ଭୟଙ୍କର ହୋଇ ପଡିଛି । ଗତ ୨ ଦିନ ହେଲା ଦେଶରେ ଦୈନିକ ମାମଲା ୨ ଲକ୍ଷରୁ ଅଧିକ ଆସୁଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଚିନ୍ତାବ୍ୟକ୍ତ କରିଛନ୍ତି । କରୋନା ମାମଲା ଅଧିକ ବଢିଛି । ଏହି କାରଣରୁ ହସ୍ପିଟାଲରେ ବେଡ୍ ସଂଖ୍ୟା ଖାଲି ରହୁନାହିଁ ବୋଲି ସେ କହିଛନ୍ତି ।
Delhi: Health Minister Dr Harsh Vardhan visits AIIMS. The Minister will visit various healthcare facilities over next few days to assess & further scale-up facilities, in the wake of #COVID19 situation.
— ANI (@ANI) April 16, 2021
AIIMS Director Dr Randeep Guleria & other doctors of the hospital present. pic.twitter.com/TvRdbynMj0
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ବିଭିନ୍ନ ପ୍ରକ୍ରିୟା ଓ ବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ଲଗାତର ଭାବେ ପ୍ରୟାସ ଜାରି ରହିଛି । ଆମକୁ ଧୈର୍ଯ୍ୟ ଓ ସାହସର ସହ କାମ କରିବାକୁ ହେବ । ଏହାସହ ଡାକ୍ତରମାନେ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଛନ୍ତି । ଡ. ହର୍ଷବର୍ଦ୍ଧନ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ପାଖରେ କରୋନା ମୁକାବିଲା ନେଇ ଗୋଟିଏ ବର୍ଷର ଅନୁଭବ ରହିଛି । ତେଣୁ ସରକାର କରୋନା ମୁକାବିଲାରେ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ ଅଛନ୍ତି । ଆକ୍ରାନ୍ତ ଓ ତାଙ୍କ ସମ୍ପର୍କୀୟଙ୍କୁ ସକରାତ୍ମକ ମାହୋଲ ଦେବାର ଆବଶ୍ୟକତା ରହିଛି । ଏହାସହ ସାବଧାନତା ମଧ୍ୟ ଅବଲମ୍ବନ କରିବା ଜରୁରୀ । ସମାଜରେ କରୋନା ଭାଇରସକୁ ନେଇ ଆସାବଧାନତା ବଡିଚାଲିଛି । ଲୋକେ ସତର୍କ ହେଉନାହାଁନ୍ତି । କିନ୍ତୁ ଆମକୁ ଧୈର୍ୟ୍ୟ ଓ ସାହସର ସହ କାମ କରିବାକୁ ହେବ ବୋଲି ସେ କହିଛନ୍ତି ।