ବାଲେଶ୍ୱର : ଗିଳିଥିବା ମୃତ ବତକ ଛୁଆ ଉଗାଳିଲା ତମ୍ପ ସାପ

ବାଲେଶ୍ୱର : ଗିଳିଥିବା ମୃତ ତିନୋଟି ବତକ ଛୁଆ ଉଗାଳିଲା ୫ ଫୁଟିଆ ତମ୍ପ ସାପ। ନୀଳଗିରି ଏନଏସି ଅଧିନ ମିରିଗିଣି ଅଞ୍ଚଳର ଭାଗବତ ବେହେରାଙ୍କ ଘରେ ଏକ ୫ ଫୁଟିଆ ବିଷଧର ସାପ ପ୍ରବେଶ କରି ତିନୋଟି ବତକ ଛୁଆଖ ଖାଇ ଦେଇଥିଲେ। ନିଜେ ଭାଗବତ ସାପଟିକୁ ଉଦ୍ଧାର କରିଥିବା ବେଳେ ସାପ ଗିଳିଥିବା ତିନୋଟି ମୃତ ବତକ ଛୁଆକୁ ଉଗାଳିଥିଲା ସାପ। ସାପଟିକୁ ଦେଖିବାକୁ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଛି ।