ବାଲେଶ୍ୱର : ସୋର ପୋଲିସକୁ ବଡ଼ ସଫଳତା, ୫ ଡକାୟତ ଗିରଫ
![](https://thetruths.in/wp-content/uploads/2021/09/Soro-Police-5-Lootera-Arrested-1024x534.jpg)
- ବନ୍ଧନ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ଘଟଣା
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ପୋଲିସକୁ ବଡ଼ ସଫଳତା ମିଳିଛି । ସୋର ବନ୍ଧନ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୮୦ ହଜାର ଟଙ୍କା ଲୁଟ ଘଟଣାରେ ୫ ଜଣ ଡକାୟତ ଗିରଫ ।
ସୂଚନା ଅନୁସାରେ ଗତ ୩୧ ତାରିଖ ଦିନ ବନ୍ଧନ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀ ସନ୍ଦିପ କୁମାର ଜେନା ନିଳଗିରି ଚିନ୍ତାମଣିପୁର ଓ ଆଖ ପାଖ ଅଞ୍ଚଳରୁ କିସ୍ତି ଟଙ୍କା ଆଦାୟ କରି ସୋର ବନ୍ଧନ ବ୍ୟାଙ୍କା ଫାଇନାନ୍ସ ଶାଖା ଅଭିମୁଖେ ଫେରୁଥିବା ବେଳେ ସୋର ମାଣତ୍ରୀ ଗାଁ ପାଖରେ ୩ ଜଣ ଲୁଟେରା ଏକ ବାଇକ୍ ରେ ଆସି ସନ୍ଦିପଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭିତ କରାଇ ୮୦ ହଜାର ଟଙ୍କା, ଏକ ଟାବଲେଟ ମୋବାଇଲ ସହ ଜରୁରି କାଗଜପତ୍ର ଛଡାଇ ନେଇ ଫେରାର ହୋଇଯାଇଥିଲେ । ଏନେଇ ସନ୍ଦିପ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ଥାନାରେ ୩୩୬/୨୧ ନଂ ରେ ଏକ ମାମଲା ରୁଜୁ କରି ସୋର ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । ସୋର ଥାନା ଆଇଆଇସି ସୁଜାତା ଖମାରୀଙ୍କ ନେତୃତ୍ୱରେ ଥାନାର ୨ ଏଏସଆଇ ପ୍ରଦୀପ ମହାନ୍ତି ଏବଂ ପ୍ରତାପ କାଲୋ ଙ୍କୁ ନେଇ ଏକ ତିନି ଜଣିଆ ଟିମ ଗଠନ ହୋଇଥିଲା । ଟିମର ଏହି ୨ ଦକ୍ଷ ଏଏସଆଇ ବାଲେଶ୍ୱର ସମେତ ବିଭିନ୍ନ ସମେତ ବିଭିନ୍ନ ସ୍ଥାନରେ ତଦନ୍ତ କରି ଚଢ଼ାଉ କରିଥିଲେ । ଚଢ଼ାଉ ପରେ ତଦନ୍ତ ଜାରି ରହିଥିବା ବେଳେ ୫ ଜଣ ଡକାୟତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ସୋର ପୋଲିସ । ଗିରଫ ହୋଇଥିବା ଡକାୟତ ମାନେ ହେଲେ ବାଲେଶ୍ବର ସଦର ଥାନା ବାଙ୍ଗରା ଅଞ୍ଚଳର ଦିଲିପ ନାୟକ, ନୁଆପୁର ର ଜ୍ୟୋତିଶଙ୍କର ସ୍ବାଇଁ, ସାରଙ୍ଗା ର ଓମ୍ ମହାଳିକ, ଆକତପୁର ର ସୁରଜ କୁମାର ବେହେରା, ନୁଆପୁର ଅଶାନ୍ତ ଦାସ । ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ସୋର ପୋଲିସ ସେମାନଙ୍କ ନିକଟରୁ ୧୫ ହଜାର ଟଙ୍କା, ଗୋଟିଏ ଭୁଜାଲି, ୪ ଟି ମୋବାଇଲ ଜବତ କରିଛି ପୋଲିସ । ଘଟଣାର ତଦନ୍ତ କରି ତୁରନ୍ତ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବାରୁ ଆଇଆଇସୀଙ୍କ ସମେତ ୨ ଏଏସଆଇଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।