‘ସ୍ପୁଟନିକ-ଭି’କୁ ମିଳିଲା ମଞ୍ଜୁରି
- ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ବୈଠକରେ ଅନୁମୋଦନ
ନୂଆଦିଲ୍ଲୀ : ଦେଶରେ କରୋନା ବଢ଼ୁଥିବା ସମୟରେ ଏକ ଭଲ ଖବର ଆସିଛି । କରୋନାରୁ ରକ୍ଷା ପାଇବା ପାଇଁ ସୋମବାର ଦିନ ଆଉ ଏକ ଟୀକା ସ୍ପୁଟନୀକ-ବି କୁ ବିଶେଷଜ୍ଞ କମିଟି ଦ୍ୱାରା ମଂଜୁର କରାଯାଇଛି । ପୂର୍ବରୁ ଦେଶରେ କୋଭାକସିନ ଓ କୋଭାସିଲ୍ଡ ବ୍ୟବହାର ହୋଇସାରିଛି । ଏହା ବ୍ୟତୀତ ସ୍ପୁଟନିକ-ବି ତୃତୀୟ ଟିକା, ଯାହାକୁ ପ୍ରୟୋଗ କରିବା ପାଇଁ ମଂଜୁରି ମିଳିଛି ।
ବିଶେଷଜ୍ଞ କମିଟିଙ୍କ ଦ୍ୱାରା ସୋମବାର ଦିନ ବୈଠକ ବସିଥିଲା । ଯେଉଁଥିରେ ରୁଷ ଟିକା ସ୍ପୁଟନିକ-ବି ପରୀକ୍ଷାର ସମୀକ୍ଷା କରାଯାଇଥିଲା । କୁହାଯାଇଛି ଯେ, ସ୍ପୁଟନିକ-ବି ଭାରତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଲୋଡ଼ିଛି । ରୁଷିଆ କମ୍ପାନୀ ଦାବି କରିଛି ଯେ, ସ୍ଫୁଟନିକ ବି୯୧.୬ ପ୍ରତିଶତ ପ୍ରଭାବଶାଳୀ । ରୁଷର କମ୍ପାନୀ ସ୍ପୁଟନିକ-ବି ଡ. ରେଡ଼ି ଲାବ ସହିତ ମିଶି ପରୀକ୍ଷା କରିଛନ୍ତି ଏବଂ ଏହାସହିତ ଉତ୍ପାଦନ ମଧ୍ୟ ଜାରି ରହିଛି ।