ସଲମାନ ଖାନଙ୍କ ଦୁଇ ଭଉଣୀ ଅଲଭିରା ଓ ଅର୍ପିତା କରୋନା ପଜିଟିଭ ଚିହ୍ନଟ
ମୁମ୍ବାଇ : କରୋନାର ପ୍ରକୋପ ଗ୍ଲାମର ୱାର୍ଲ୍ଡରେ ମଧ୍ୟ ରହିଛି । ପ୍ରତ୍ୟେକ ଦିନ କୌଣସି ନା କୌଣସି ସେଲିବ୍ରିଟି କରୋନା ସଂକ୍ରମିତ ହେବାର ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ କରୋନା ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଘରେ ମଧ୍ୟ ପ୍ରବେଶ କରିଛି । ବାସ୍ତବରେ ସଲମାନ ଖାନଙ୍କ ଦୁଇ ଭଉଣୀ ଅଲଭିରା ଖାନ ଏବଂ ଅର୍ପିତା ଖାନ ଶର୍ମା କରୋନା ପଜିଟିଭ ବୋଲି ଜଣାପଡିଛି।
ଏକ ଉଣ୍ଟରଭ୍ୟୁରେ ସଲମାନ ଖାନ କହିଛନ୍ତି ‘ମୋର ଦୁଇ ଭଉଣୀ ଅଲଭିରା ଏବଂ ଅର୍ପିତା କରୋନା ସଂକ୍ରମିତ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ବିପଜ୍ଜନକ । ମୁଁ କିପରି ନିଜକୁ ବଞ୍ଚାଇ ରଖିବି ମୁଁ ହିଁ ଜାଣିଛି । ଏହି ଦ୍ୱିତୀୟ ଲହରକୁ ଅତି ଗମ୍ଭୀରତାର ସହିତ ନିଆଯିବା ଉଚିତ୍ । ଗତଥର, ଆମ ଘରର ଡ୍ରାଇଭରମାନେ କରୋନା ସଂକ୍ରମିତ ହୋଇଥିଲେ, କିନ୍ତୁ ଏଥର ଏହା ବହୁତ ତୀବ୍ର ।’ ଏଥି ସହିତ, କରୋନା ଅବଧିରେ ଚାଲୁଥିବା କଳା ବଜାରୀ ଉପରେ ସଲମାନ କହିଛନ୍ତି, ‘ମୋତେ ପ୍ରତିଦିନ ଶହ ଶହ କଲ୍ ଆସିଥାଏ, କାହାକୁ ବେଡ୍ ଆବଶ୍ୟକ ହୋଇଥାଏ ତ ଆଉ କାହାକୁ ଅମ୍ଳଜାନ ,ଔଷଧ ମିଳୁନାହିଁ । ୨୫୦ ଟଙ୍କାର ଔଷଧ ହଜାରେରୁ ଅଧିକ ବ୍ଲାକରେ ବିକ୍ରି ହେଉଛି ।‘ ଏହା ସହ ସଲମାନ ଖାନ କହିଛନ୍ତି ଯେ ଏଭଳି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି, ଯେଉଁମାନେ ଏହି କଷ୍ଟ ସମୟରେ ମଧ୍ୟ ଲୋକଙ୍କୁ ଲୁଟୁଛନ୍ତି। ଚିକିତ୍ସା ନାମରେ, ମୁଁ ଜାଣେ ଯେ ସେମାନଙ୍କୁ ପରେ ଯନ୍ତ୍ରଣା ଭୋଗିବାକୁ ପଡିବ, ଯେପରି କର୍ମ ସେପରି ଫଳ । ଆହୁରି ମଧ୍ୟ ସେ କହିଛନ୍ତି, ଯେଉଁଠାରେ କରୋନା ଏତେ ଶୀଘ୍ର ବ୍ୟାପିଛି, ମୁଁ ମୋର ପ୍ରଥମ ଟିକା ନେଇସାରିଛି ଏବଂ ୨୦ ଦିନ ପରେ ଦ୍ୱିତୀୟଟି ନେବି । ଆପଣ ମଧ୍ୟ ବିଳମ୍ବ ନକରି ଶୀଘ୍ର କରୋନା ଟିକା ନିଅନ୍ତୁ ।