ବାଲେଶ୍ୱର : ସହରର ଟିକା କେନ୍ଦ୍ର ପରିଦର୍ଶନ କଲା ସଦର ବିଜେପିି
![](https://thetruths.in/wp-content/uploads/2021/06/Vaccination-Center-Sadar-BJP-1024x623.jpg)
- ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କଲେ ଯୁବନେତା ମାନସ ଦତ
ବାଲେଶ୍ୱର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବାଲେଶ୍ୱର ସଦର ବିଜେପିର ଏକ ପ୍ରତିନିଧି ଦଳ ମଙ୍ଗଳବାର ସହରର ଟିକାକରଣ କେନ୍ଦ୍ର ପରିଦର୍ଶନ କରିବା ସହିତ ସ୍ୱାସ୍ଥ୍ୟକର୍ମୀ ଓ ଟିକା ନେଉଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଯୁବନେତା ଶ୍ରୀ ଦତ୍ତ ସମସ୍ତଙ୍କୁ ମାଗଣାରେ ଆରମ୍ଭ ହୋଇଥିବା ଏହି ଟିକା ଅଭିଯାନରେ ସହଯୋଗ କରିବା ସହ ଶୃଙ୍ଖଳା ସହିତ କୋଭିଡ୍ ନିୟମ ମାନି ଟିକା ନେବାକୁ କହିଥିଲେ । ସେହିପରି ସମସ୍ତଙ୍କୁ ଟିକା ନେବା ପାଇଁ ଅନୁରୋଧ ମଧ୍ୟ କରିଥିଲେ ।
ବିଶ୍ୱର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ନାଗରିକମାନଙ୍କ ମଧ୍ୟରେ ଟିକା ନେବା ପାଇଁ ପୂର୍ବାପେକ୍ଷା ବହୁ ଉତ୍ସାହ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତ ସରକାର ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବା ବ୍ୟବସ୍ଥା କରିଛନ୍ତ । ଭାରତ ସ୍ୱଦେଶୀ ଟିକା ପ୍ରସ୍ତୁତ କରିବା ନେଇ ନାଗରିକମାନେ ଗର୍ବ କରୁଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବିଶ୍ୱାସ ରଖିଛନ୍ତି । ଏହା ସହ କୋ-ୱିନ ପ୍ଲାଟର୍ଫମରେ ମଧ୍ୟ ବିନା ପଞ୍ଜିକରଣରେ ଲୋକେ ଟିକା ନେଇ ପାରିବେ । ନାଗରିକଙ୍କୁ ଟିକା ନେବା ପାଇଁ ୱେବସାଇଟରେ ପଞ୍ଜିକରଣ କରିବା ସହ ୱାକ-ଇନ୍ର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି । ଏହି ପଦକ୍ଷେପ ସମାଜର ପ୍ରତ୍ୟେକ ବର୍ଗ ବିଶେଷ ଭାବେ ସମାଜର ଗରିବ ଏବଂ ଅସହାୟକଙ୍କ ପାଖରେ ଟିକା ପହଞ୍ଚାଇବାରେ ଅଧିକ ସହାୟକ ହେବ ବୋଲି ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି । ପ୍ରତିନିଧି ଦଳରେ ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବୈଲୋଚନ ଦାସ, ଅନନ୍ତ ନାୟକ, ସର୍ବେଶ୍ୱର ପାତ୍ର, ବିବେକାନନ୍ଦ ରାଉତ, ରାଜେନ୍ଦ୍ର ଚାଟାର୍ଜୀ, ଚନ୍ଦ୍ରଶେଖର ନନ୍ଦ, ପ୍ରବୀର ଶଙ୍କର ଦାଶ, ବିକାଶ ପାଢ଼ୀ, ଜୀବନ ପାତ୍ର, ସରୋଜ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।