୧ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ, ୪ ଗିରଫ

ଭୁବନେଶ୍ୱର : ୧ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ କଲା ଏସ୍ଟିଏଫ୍ । ଏଥିସହିତ ୪ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ ।
ସୂଚନା ଯେ, ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ୍ସୁଗାର କାରବାର ବଢୁଥିବା ନେଇ ଏସ୍ଟିଏଫ୍ ପାଖରେ ଗୁଇନ୍ଦା ସୂଚନା ମିଳିଥିଲା । ଯାହାପରେ ଏସ୍ଟିଏଫ୍ ବ୍ରାଉନ୍ସୁଗାର ରାକେଟକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଏହିପ୍ରରିପେକ୍ଷୀରେ ଖୋର୍ଦ୍ଧା ଅଞ୍ଚଳରୁ ପ୍ରାୟ ଏକ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି । ତେବେ ବ୍ରାଉନ୍ସୁଗାର ଜବତ ସହ ୪ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ସମସ୍ତଙ୍କୁ ପଚରାଉଚରା ଜାରି ରହିଛି । ଏହି ବ୍ରାଉନ୍ସୁଗାର ଲିଙ୍କରେ ଆଉ କିଏ କିଏ ସାମିଲ ଅଛନ୍ତି । ଏହି ଚୋରା କାରବାରର ଚେର୍ କେତେ ବାଟ ଯାଏଁ ଲମ୍ବିଛି । ସେନେଇ ଛାନ୍ଭିନ୍ ଜାରି ରଖିଛି ଏସ୍ଟିଏଫ୍ ।